ପୁରୀ ଐତିହ୍ୟ ପଦଯାତ୍ରାର ବାର୍ଷିକ ଉସôବ
ପୁରୀ : ସ୍ଥାନୀୟ ସଂସ୍କୃତି ଭବନ ଠାରେ ପୁରୀ ଐତିହ୍ୟ ପଦଯାତ୍ରାର ପ୍ରଥମ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରସିଦ୍ଧ ସ୍ଥାପତ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆଗାମୀ ପୀଢି ପାଇଁ ଐତିହ୍ୟ ସମ୍ବନ୍ଧୀୟ ସଚେତନତା ସଂପର୍କରେ ଆଲୋକପାତ କରିଥିଲେ । ବିଶିଷ୍ଟ ଐତିହାସିତକ ଡ଼. ଅନୀଲ ଧୀର ମୁଖ୍ୟ ବକ୍ତା ରୂପେ ଯୋଗଦେଇ ସମୟ ସ୍ରୋତରେ ଧ୍ୱଂସାଭିମୁଖୀ କୀର୍ତ୍ତିରାଜି ଏବଂ ଏହି ଐତିହ୍ୟର ସଂରକ୍ଷଣ ନିମ୍େନ୍ତ ଆବଶ୍ୟକ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ । ଇନ୍ଟାକ୍ର ଆବାହକ ଡ଼. ବିଶ୍ୱଜିତ୍ ମହାନ୍ତି ଐତିହ୍ୟ ପଦଯାତ୍ରାର ଆଭିମୁଖ୍ୟ ଉପରେ ମତ ରଖିଥିଲେ । ବିଭିନ୍ନ ଐତିହ୍ୟ ସଂରକ୍ଷଣ କାର୍ଯ୍ୟକ୍ରମର ଡ଼ିଜିଟାଇଜେସନ କରି ଏହାର ଜଗତିକରଣ କରିବା ଦିଗରେ ଉଦୟଗିରି ଫାଉଣ୍ଡେସନର ଅଧ୍ୟକ୍ଷ ଜେ.ପି. ଜଗଦେବ ଆଲୋଚନା କରିଥିଲେ । ଏହି ଅବସରରେ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର, ଐତିହ୍ୟ ଗବେଷକ ଓ ଲେଖକ କୃଷ୍ଣଚନ୍ଦ୍ର ମିଶ୍ର ଏବଂ ସାରଙ୍ଗଧର ରାୟଗୁରୁଙ୍କୁ ଐତିହ୍ୟ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିସହିତ ରାଜ୍ୟ ତଥା ପୁରୀର ବିଶିଷ୍ଟ ଐତିହ୍ୟ କର୍ମୀମାନଙ୍କୁ ଐତିହ୍ୟ ଶ୍ରୀ ତଥା ଐତିହ୍ୟ ବନ୍ଧୁ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୁରୀ ଐତିହ୍ୟ ପଦଯାତ୍ରାର ବାର୍ଷିକ ସ୍ମରଣିକା ‘ଐତିହ୍ୟ ଗବାକ୍ଷ’ ପ୍ରକାଶ ପାଇଥିଲା ।