ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ

 ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅର୍ନ୍ତଗତ ବୈଦପୁର ଗ୍ରାମର ସ୍ୱର୍ଗତ ଦାମୋଦର ସିଂଙ୍କ ୩୨ ବର୍ଷିୟ ପୁଅ ବାବୁରାମ ଗତ ମାସ ୨୫ ତାରିଖ ଦିନ ପରିବାର ପ୍ରତିପୋଷଣ ଆଶାରେ ଦାଦନ ଖଟିବାକୁ ଯାଇଥିଲେ ସୁଦୂର ବାଙ୍ଗାଲୁର । ହେଲେ ସେଠାରେ ଗତ ୪ ତାରିଖ ଦିନ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିସôାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଯାଇଥିବା ବେଳେ ମୃତଦେହ ତାଙ୍କ ପୈତୃକ ଗ୍ରାମକୁ ଆଣିବା ପାଇଁ ପ୍ରତିବନ୍ଧକ ସାଜିଥିଲା ଅର୍ଥ । ଆମ୍ବୁଲାନ୍ସ କୋଡ଼ିଏ ହଜାର ଟଙ୍କା ଦାବି କରିଥିଲେ । ଏତିକି ବେଳକୁ ଆଗକୁ ଆସିଥିଲେ ମା ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ । ଟ୍ରଷ୍ଟ ପକ୍ଷରୁ ମୃତଦେହ ବିମାନ ଯୋଗେ ଭୁବନେଶ୍ୱରରେ ଆଣି ସେଠାରୁ ଗାଡ଼ି ଭଡ଼ା କରି ବୁଧବାର ବୈଦପୁର ଠାରେ ପହଞ୍ଚିଥିଲେ । ତାଙ୍କ ସ୍ତ୍ରୀ ଓ ଦେଢ଼ ବର୍ଷର କୁନି ଝିଅ ବେସାହାରା ହୋଇପଡିଛନ୍ତି । ତାଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତିି ।