୭ଟି ପ୍ରସ୍ତାବ କ୍ୟାବିନେଟରେ ପାରିତ


୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ । କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ସମ୍ବଲପୁରରେ ୨୪ଘଣ୍ଟିଆ ପାଣି ପ୍ରକଳ୍ପକୁ ଅନୁମୋଦନ । ସଂଗ୍ରହାଳୟଗୁଡିକର ସୁପରିଚାଳନା ପାଇଁ ନିଦେ୍ର୍ଦଶାଳୟ ହେବ । ସମବାୟ ପକ୍ଷରୁ ୩୮ଟି ମଣ୍ଡିକୁ ମଡେଲ ମଣ୍ଡି କରାଯିବ । ୩୮ଟି ମଡେଲ ମଣ୍ଡି ପାଇଁ ୩୦୦କୋଟି ଟଙ୍କା ବ୍ୟୟ ହେବ । ଆଉ ୮ଟି ସରକାରୀ  ନର୍ସିଂ କଲେଜ ପ୍ରତିଷ୍ଠା ହେବ । ଓଡିଶା ନର୍ସିଂ ଏଜୁକେସନ ସର୍ଭିସ ରୁଲ୍ ୨୦୨୫କୁ ମଧ୍ୟ ମଞ୍ଜୁରୀ ମିଳିଛି । ୧୧୦ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଏଲଇଡି ସାର୍ବଜନୀନ ଷ୍ଟ୍ରିଟ୍ ଲାଇଟକୁ ମଞ୍ଜୁରୀ ମିଳିଛି । ଏଲଇଡି ସାର୍ବଜନୀନ ଷ୍ଟ୍ରିଟ୍ ଲାଇଟ ପାଇଁ ୩୫୦.୦୪ କୋଟି ବ୍ୟୟ ହେବ ।