ସ୍ୱେଚ୍ଛାସେବୀଙ୍କୁ ସମ୍ମାନିତ

 ମାଲକାନଗିରି: ଶ୍ରମଜୀବୀ ସଂଗଠନ ମାଲକାନଗିରି ଦ୍ୱାରା ଗ୍ରୀଷ୍ମ ଛୁଟିରେ "କମାଲକା କ୍ୟାମ୍ପ’ ନାମରେ  ପିଲାଙ୍କୁ ପାଠ ପଢ଼େଇଥିବା ସ୍ୱେଚ୍ଛାସେବୀମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଛି । ସୂଚନା ଅନୁଯାୟୀ, ଶ୍ରମଜୀବୀ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଳିତ ବର୍ଷର ଗ୍ରୀଷ୍ମ ଛୁଟିରେ କମାଲକା କ୍ୟାମ୍ପ ନାମରେ ୪ର୍ଥ, ୫ମ ଏବଂ ୬ଷ୍ଠ ଶ୍ରେଣୀ ପିଲାଙ୍କୁ ପାଠପଢା ଯାଇଥିଲା । ଯାହାକୁ ନେଇ ଏହି ସ୍ୱେଚ୍ଛାସେବୀମାନଙ୍କୁ ଖଇରପୁଟ ବ୍ଲକର କଦମଗୁଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶ୍ରମଜୀବୀ ସଂଗଠନ ପକ୍ଷରୁ ମାନପତ୍ର ପ୍ରଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟନାରାୟଣ ଜିଗିଡି, ପୂର୍ବତନ ସରପଞ୍ଚ ରଘୁନାଥ କିର୍ଷାନୀ, ବ୍ଲକ ସଭାପତି ରେଲି ଖିଲ, ଜିଲ୍ଲା ସମ୍ପାଦକ ହାତିରାମ ଗଡଙ୍ଗୀ, ବ୍ଲକ ସମ୍ପାଦକ ମଙ୍ଗଳା ମୁଦୁଲି, ସଂଗଠନର କର୍ମକର୍ତ୍ତା ଗବର୍ଦ୍ଧନ ପାଙ୍ଗି, ଚିତରଞ୍ଜନ ସାହୁ, ଜିତେନ୍ଦ୍ର ଖିଲ, ଶୁକ୍ରା ଗୁରୁତେଲି, ମୁକୁନ୍ଦ ମାଝି, କୃଷ୍ଣ ଶିଷା, ତ୍ରିନାଥ ବଡନାୟକ, ରାମ ବଡନାୟକଙ୍କ ସହ ସଂଗଠନର କିଛି ସଦସ୍ୟ ସଦସ୍ୟା ଏବଂ ବ୍ଲକରୁ ବିଭିନ୍ନ ପଞ୍ଚାୟତରୁ ଆସିଥିବା ୨୦ ଜଣ ସ୍ୱେଚ୍ଛାସେବୀ ଉପସ୍ଥିତ ରହିଥିଲେ ।