ସୁନ୍ଦରଗଡ଼ ଖଣିଜ ଲୁଟ୍ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲେ ପୂର୍ବତନ ବାଚସ୍ପତି

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଏମସିଏଲ କ୍ଷେତ୍ର ଅଧୀନ ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଆଦି ଅଞ୍ଚଳରେ ବର୍ଷ ବର୍ଷ ଧରି ଖଣିଜ ଲୁଟ୍ ଘଟଣା ସାରା ରାଜ୍ୟରେ ହଇଚଇ ଖେଳାଇଦେଇଛି। ଦୁଇ ଦିନ ହେଲା ଭୁବନେଶ୍ବରରୁ ଖଣି  ଭୂତତ୍ତ୍ବ ବିଭାଗର ଏକ ନଅ ଜଣିଆ ଟିମ୍ ତନାଘନା ଚଲାଇଥିବାବେଳେ ବିଭିନ୍ନ ଦଳର ଜନପ୍ରତିନିଧି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଆସୁଛନ୍ତି। ମାମଲାର ବିଚାର ବିଭଗୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତା କିଶୋରଚନ୍ଦ୍ର ପଟେଲ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଶର ବଡ଼ ସମ୍ପତ୍ତିର ଏଲଳି ଲୁଟ୍ କୁ ନେଇ ଉଦବେଗ ପ୍ରକାଶ କରିବା ସହ ଖଣି ବିଭାଗ, ପ୍ରଶାସନ, ପୁଲିସ ଓ ଏମସିଏଲ  ଥାଉ ଥାଉ କିପରି ବର୍ଷ ବର୍ଷ ଧରି ଏତେ ବଡ଼ ଖଣି ଲୁଟ୍ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।  ସେ ଆହୁରି କହିଛନ୍ତି, ଖଣି ଚୋରି ରାଜ୍ୟରେ ହଟଚମଟ ସୃଷ୍ଟି କରିଛି । ଜିଲ୍ଲା ସ୍ତରୀୟ  ତଦନ୍ତ ହୋଇପାରିବ ନାହିଁ । ସରକାରୀ ସଂସ୍ଥା ତଦନ୍ତ କଲେ ତଦନ୍ତ  ବାଟବଣା ହୋଇଯିବ।.ହାଇକୋର୍ଟର ଜଣେ ଅବସ୍ଥାପିତ ଜଜଙ୍କ ମାଧ୍ୟମରେ ବିଚାର ବିଭାଗୀୟ  ତଦନ୍ତ ଦାବି କରିଛନ୍ତି। ଏହି ତଦନ୍ତକୁ ମଧ୍ୟ ଚାପି ଦେବାକୁ ପ୍ରୟାସ ଆରମ୍ଭ ହେଲାଣି।

ମାମଲାର ବିଚାର ବିଭଗୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତା କିଶୋରଚନ୍ଦ୍ର ପଟେଲ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଶର ବଡ଼ ସମ୍ପତ୍ତିର ଏଲଳି ଲୁଟ୍ କୁ ନେଇ ଉଦବେଗ ପ୍ରକାଶ କରିବା ସହ ଖଣି ବିଭାଗ, ପ୍ରଶାସନ, ପୁଲିସ ଓ ଏମସିଏଲ  ଥାଉ ଥାଉ କିପରି ବର୍ଷ ବର୍ଷ ଧରି ଏତେ ବଡ଼ ଖଣି ଲୁଟ୍ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।  ସେ ଆହୁରି କହିଛନ୍ତି, ଖଣି ଚୋରି ରାଜ୍ୟରେ ହଟଚମଟ ସୃଷ୍ଟି କରିଛି । ଜିଲ୍ଲା ସ୍ତରୀୟ  ତଦନ୍ତ ହୋଇପାରିବ ନାହିଁ । ସରକାରୀ ସଂସ୍ଥା ତଦନ୍ତ କଲେ ତଦନ୍ତ  ବାଟବଣା ହୋଇଯିବ।.ହାଇକୋର୍ଟର ଜଣେ ଅବସ୍ଥାପିତ ଜଜଙ୍କ ମାଧ୍ୟମରେ ବିଚାର ବିଭାଗୀୟ  ତଦନ୍ତ ଦାବି କରିଛନ୍ତି। ଏହି ତଦନ୍ତକୁ ମଧ୍ୟ ଚାପି ଦେବାକୁ ପ୍ରୟାସ ଆରମ୍ଭ ହେଲାଣି । ସରକାର ତୁରନ୍ତ କୋଇଲା ଚୋରମାନଙ୍କୁ ସାମ୍ନାକୁ ଆଣିବାର ଆଵଶ୍ୟକତା ରହିଛି ବୋଲି କଠୋର ଶବ୍ଦରେ ଦାବ ଜଣାଇଛନ୍ତି ବରିଷ୍ଠ କଂଗ୍ରେସ ନେତା କିଶୋର ପଟେଲ ।