ପଣ୍ଡିତ ପ୍ରାଣକୃଷ୍ଣ ପଢିହାରୀଙ୍କ ଶ୍ରାଦ୍ଧବାର୍ଷିକୀ

 ଜଗତସିଂହପୁର : ସ୍ୱାଧୀନତା ସାଂଗ୍ରାମୀ ପ୍ରାଣକୃଷ୍ଣ ପଢିହାରତୀଙ୍କ ୬୭ତମ ଶ୍ରାଦ୍ଧବାର୍ଷିକୀ ଓ ପୁରସ୍କାର ବିତରଣ ସ୍ଥାନୀୟ ଚାତ୍ରା ସ୍ଥିତ ଅଳକାଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି  । ସ୍ତୁତିପରିଷଦର ସଭାପତି ଅବସରପ୍ରାପ୍ତ ଅଧ୍ୟାପକ ହିମାଂଶୁ ଆଶ୍ଚର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥ୍? ଭାବେ ବରିଷ୍ଠ ସମାଜସେବୀ ଗୌରାଙ୍ଗ ଚରଣ ହୋତା ଯୋଗଦେଇ ସ୍ୱର୍ଗତ ପଢିହାରୀଙ୍କ ସଂଗ୍ରାମୀ ଓ ତ୍ୟାଗପୂତ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ. ବିଜୟ କୁମାର ବିଶ୍ୱାଳ, ଅଧ୍ୟାପକ ଭଗବାନ ଦାଶ, ଡଃ. ନିରଞ୍ଜନ ବିଶ୍ୱାଳ, ଶିକ୍ଷକ ଅମୁଲ୍ୟ କୁମାର ମିଶ୍ର, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ ଆଲୋଚନାରେ ଭାଗନେଇ ସଂଗ୍ରାମୀ ପ୍ରାଣକୃଷ୍ଣ ପଢିହାରୀ କେବଳ ସ୍ୱାଧୀନତା ସଂଗ୍ରାମ ନୁହେଁ ଜଗତସିଂହପୁର ର ଶିକ୍ଷା, ସ୍ୱାସ୍ଥ୍ୟ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ପୂର୍ବରୁ ଆୟୋଜିତ ଭାରତର ମୁକ୍ତି ସଂଗ୍ରାମ ଓ ପଣ୍ଡିତ ପ୍ରାଣକୃଷ୍ଣ ପଢିହାରୀ ବକ୍ତୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ପ୍ରଥମ ଆରତ୍ରିକା ଭଟ, ଦ୍ୱିତୀୟ ଖିରାବଧି ତନୟା ନାୟକ, ତୃତୀୟ ସ୍ଥାନ ଅଧିକାର କରିଥିବା ପଦ୍ମଜା ମହାନ୍ତିଙ୍କୁ ପରିଷଦ ପକ୍ଷରୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇବା ବେଳେ, ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସଭାର ଆରମ୍ଭରେ ସ୍ୱର୍ଗତ ପଢିହାରୀଙ୍କ ଉତରଦାୟାଦ ତଥା ସସ୍ମୃତିପରିଷଦ ସମ୍ପାଦକ ଶୁଭକାନ୍ତ ପଢିହାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା, ସାମ୍ବାଦିକ ଦୁର୍ଯେ୍ୟାଧନ ମହାରଣା, ସରୋଜ ଦ୍ୱିବେଦୀ, ଶେଷପ୍ରକାଶ ସେଠୀ, ରମାକାନ୍ତ ପଢିହାରୀ, ଅବନିକାନ୍ତ ଦାଶ, ରୁଦ୍ର ଆଚାର୍ଯ୍ୟ ସହଯୋଗ କରିଥିଲେ । ଶେଷରେ ଶିକ୍ଷାବିତ୍ ବିଜୟ ରଥ ଧନ୍ୟବାଦ ଦେଇଥିଲେ ।