ପିଏମଇଜିପି ଯୋଜନା ବାଟବଣା : ବ୍ୟାଙ୍କ ଅସହଯୋଗ ଯୋଗୁଁ ଛୋଟ ଉଦ୍ୟୋଗୀ ହତାଶ
ଜୟପୁର: କୋରାପୁଟ ଜିଲ୍ଲା ଶିଳ୍ପ କେନ୍ଦ୍ର ଡିଆଇସି ଛୋଟ ବଡ ଉଦ୍ୟୋଗୀଙ୍କ ଆର୍ଥିକ ଏବଂ ବୈଷୟୀକ ଅଭିବୃଦ୍ଧି ନିମୋନ୍ତେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ପ୍ରକଳ୍ପକୁ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ସମୀକ୍ଷା ପରେ ଅନୁମୋଦନ କରାଯାଇ ବିଭିନ୍ନ ବ୍ୟାଙ୍କଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପୋଠା ଯାଇଥାଏ । କିନ୍ତୁ ବ୍ୟାଙ୍କ ଗୁଡ଼ିକ ତେଲିଆ ମୁଣ୍ଡରେ ତେଲ ଦେବା ଭୋଳି କେବଳ ଆର୍ଥିକ ରୂପେ ସ୍ୱଛଳ ରୋହିଥିବା ବ୍ୟକ୍ତି ଏବଂ ଉଦ୍ୟୋଗଙ୍କୁ ହିଁ ସହାୟତା କରୁଥିବା ବେଳେ, ଛୋଟ ଉଦ୍ୟୋଗୀଙ୍କ ବିକାଶ କରିବାରେ ବିଭିନ୍ନ ଆଳ ଦେଖାଇ ଋଣ ଦେଉ ନଥିବା ଡିଆଇସି ଦ୍ୱାରା ଅନୁମୋଦନ କରାଯାଇଥିବା ରିପୋର୍ଟକୁ ସମୀକ୍ଷା କଲେ ସ୍ପଷ୍ଟ ପ୍ରତିତ ହେଉଛି । ବିଗତ ୧ ଏପ୍ରିଲ ୨୦୨୪ ଠାରୁ ୧୮ ଜୁନ ୨୦୨୫ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ପିଏମ୍ଇଜିପି ଋଣ ପାଇଁ ଦେଇଥିବା ରିପୋର୍ଟକୁ ଆଧାର କଲେ କୋରାପୁଟ ଜିଲ୍ଲା ଡ୍ଆଇସି ମୋଟ ୩୭୧ ଟି ପ୍ରକଳ୍ପ ଯାହାର ଆର୍ଥିକ ଆକଳନ ରାଶି ୧୮୬୧.୪୧ ଲକ୍ଷ୍ୟ ଟଙ୍କା ବିଭିନ୍ନ ବ୍ୟାଙ୍କକୁ ଋଣ ଦେବାକୁ ପ୍ରକଳ୍ପ ଗୁଡ଼ିକ ପ୍ରେରିତ କରିଥିଲା ସେଥିମଧ୍ୟରୁ କେବଳ ୧୦୪ଟି ପ୍ରକଳ୍ପ ଯାହାର ରାଶି ୫୪୦.୧୯ ଲକ୍ଷ୍ୟ ଟଙ୍କା ରୋହିଛି । ଏଥି ମୋଧ୍ୟରୁ ବ୍ୟାଙ୍କ ୨୭ଟି ପ୍ରକଳ୍ପକୁ ସୁଧାରୀବାକୁ ଡ଼ିଆଇସିକୁ ଦେଇଛି । ଏହା ସହ ୮୮ଟି ପ୍ରକଳ୍ପ ବ୍ୟାଙ୍କର ବିଚାରାଧୀନ ରହିଛି ଏବଂ ୧୮୯ ଟି ପ୍ରକଳ୍ପ ଯାହାର ଅଟକଳ ରାଶି ୭୭୧.୦୨ ଲକ୍ଷ୍ୟ ଟଙ୍କାକୁ ସମ୍ପୂର୍ଣ୍ଣ ଭାବେ ଋଣ ନ ଦେବା ଆଳ ଦେଖାଇ ଫେରାଇ ଦେଇଛି । ପ୍ରାୟ ସମସ୍ତ ଘରୋଇ ବ୍ୟାଙ୍କ କୌଣସି ପ୍ରକଳ୍ପକୁ ଗ୍ରହଣ କରିନାହାନ୍ତି । ବ୍ୟାଙ୍କ ଗୁଡ଼ିକ ଗ୍ରହଣ କରିଥିବା ୧୦୪ ପ୍ରକଳ୍ପ ମୋଧ୍ୟରୁ ଛୋଟ ଉଦ୍ୟୋଗ ଗୁଡ଼ିକ ପ୍ରାୟ ନ ଥିବା ସଙ୍ଗେ ସମାନ । ଯୋଦି ବେଳ ଥାଉଣୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭାଗ ଗୁଡିକ ଛୋଟ ଉଦ୍ୟୋଗ ଗୁଡ଼ିକ ପ୍ରତିଷ୍ଠା କରିବା ପାଇଁ ତୁରନ୍ତ ବ୍ୟାଙ୍କ ଗୁଡ଼ିକୁ ତାଗିଦ ନ କରନ୍ତି ତେବେ ବାଟବଣା ହୋଇଥିବା ପିଏମଇଜିପି ଯୋଜନାର ସଫଳତା ପରିକଳ୍ପନା କରିବା କାଠିକାର ପାଠ ହୋଇଯିବ ।