୪ ଖଣ୍ଡ ବାଉଁଶରେ ୧୪ ଦିନ ରଥଟଣା


 ଝାରସୁଗୁଡ଼ା ସହର ଉପକଣ୍ଠରେ ବେହେରାପାଲି ପଞ୍ଚାୟତର କୁକୁରଜଙ୍ଘାସ୍ଥିତ ଜଗନ୍ନାଥ ମନ୍ଦିରଟି ପତିତପାବନ ଶ୍ରୀକ୍ଷେତ୍ର ଭାବେ ପରିଚିତ । ରଥଯାତ୍ରାରେ ଏଠାକାର ରହିଛି ନିଆରା ପରମ୍ପରା । ୮ଶହ ବର୍ଷରୁ ଅଧିକ ସମୟ ହେବ ନିରନ୍ତର ଭାବେ ଚାଲିଆସିଥିବା ରଥଯାତ୍ରାରେ କୌଣସି ଦଉଡ଼ି ବ୍ୟବହାର କରାଯାଏନି । 
୪ ଖଣ୍ଡ ବାଉଁଶରେ ରଥଟଣା ହୋଇଥାଏ । ପୁରୀ ରଥଯାତ୍ରା ନବ ଦିନାତ୍ମକ ଯାତ୍ରା ହୋଇଥିବା ବେଳେ କୁକୁରଜଙ୍ଘାରେ ଦ୍ୱିତୀୟାରୁ ପୂର୍ଣ୍ଣିମା ଯାଏଁ ଅର୍ଥାତ ୧୪ ଦିନର ଯାତ୍ରା ହୋଇଥାଏ । ତ୍ରୟୋଦଶ ଶତାବ୍ଦୀରେ ଏହି ଅଞ୍ଚଳରେ କରୁଆଁ ନାମରେ ଏକ ହିଂସ୍ର ଜାତି ବସବାସ କରୁଥିଲେ । ଫଳରେ ବାହାର ଲୋକେ ଏହି ଅଞ୍ଚଳରେ ପ୍ରବେଶ କରିବା ସମ୍ଭବ ହେଉନଥିଲା । ସେତେବେଳେ ଉତ୍ତରପ୍ରଦେଶର ୨ ଭାଇ ମଧୁସୂଦନ ସିଂ ଓ ପ୍ରାଣନାଥ ସିଂ ଆସି ଝାରସୁଗୁଡ଼ାରେ ରହୁଥିଲେ । ସେମାନେ ଜାଗା ପାଇଁ ତକôାଳୀନ ସମ୍ବଲପୁର ରାଜା ବଳରାମ ଦେବଙ୍କ ନିକଟକୁ ଯାଇଥିଲେ ।  ରାଜ କରୁଆଁ ଜାତିକୁ ପରାସ୍ତ କରିବାକୁ ଉଭୟ ଭାଇଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଦୁଇ ଭାଇ ଆସି ଯୁଦ୍ଧ କରିବା ସହ କରୁଆଁଙ୍କୁ ପରାସ୍ତ କରିବା ପରେ ସମ୍ବଲପୁର ରାଜା ସେମାନଙ୍କୁ ପୁରସ୍କାର ସ୍ୱରୂପ ରାମପୁର ଜମିଦାରୀ ଦେଇଥିଲେ ।
ସେହିସମୟରେ ମଦୁସୂଦନ ସିଂ ସ୍ୱପ୍ନାଦେଶ ପାଇ ଖୋଜାଖୋଜି କରି ବେହେରାପାଲିରୁ ୩ଟି ଦାରୁବ୍ରହ୍ମ ପାଇଥିଲେ । ସ୍ୱପ୍ନରେ ମହାପ୍ରଭୁ ଦେଇଥିବା ନିଦେ୍ର୍ଦଶ ଅନୁସାରେ ଜମିଦାର ଶ୍ରୀ ସିଂ ଦାରୁବ୍ରହ୍ମଙ୍କୁ ନେଇ କୁକୁରଜଙ୍ଘାରେ ସ୍ଥାପନ କରିଥିଲେ । ଏହାସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଥିଲା  । ୨୦୦୪ରେ ପ୍ରନôତତ୍ତ୍ୱ ବିଭାଗର ଏକ ଟିମ୍ ଆସି ମନ୍ଦିରର ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ମନ୍ଦିର ଉପରିଭାଗରେ ଲାଗିଥିବା ପଥରର ବୟସ ଅନୁସାରେ ମନ୍ଦିରଟି ୧୨୧୫ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠା ହୋଇଥିବା ଅନୁମାନ କରାଯାଇଥିଲା ।