ସଡ଼କ ଦୁର୍ଘଟଣା : ଜଣେ ମୃତ, ୯ ଆହତ

ବୋଲେରୋ ସହ ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ। ଏପରି ଏକ ଅଘଟଣ ଘଟିଛି ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ଖଜୁରିପଡ଼ାଠାରେ । ସୂଚନା ଅନୁଯାୟୀ ବରଗଡ଼ ଜିଲା ସରଣ୍ଡା ପାଲିର ୧୦ ଜଣ ପୁରୀରୁ ଫେରୁଥିବା ବେଳେ ବୌଦ୍ଧ ପଟୁ ଚାରିଛକ ଆଡ଼କୁ ଯାଉଥିବା ଏକ ଟ୍ରକ୍ ଖଜୁରିପଡ଼ା ସ୍କୁଲ ଆଗରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଲେରେ ଥିବା ୧୦ ଯାତ୍ରୀଙ୍କ ମଧ୍ୟରୁ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଥିବା ଜଣାପଡ଼ିଛି । ମୃତ ଯୁବକଙ୍କ ନାମ ଟୁନା ପ୍ରଧାନ(୨୪) ବୋଲି ଜଣାପଡ଼ିଛି। ସଙ୍ଗେସଙ୍ଗେ ଆହତ ମାନଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିଲେ। ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା ପରେ ରାସ୍ତା ଅବରୋଧ ହଟିଥିଲା।