ଆକ୍ସନ ମୋଡରେ ନୂତନ ଜିଲ୍ଲାପାଳ: ବେନିୟମ ନିଦେ୍ର୍ଦଶନାମାକୁ କଲେ ରଦ୍ଦ

 ରାୟଗଡ଼ା:  ରାୟଗଡ଼ା ଜିଲ୍ଲାରେ ଦୀର୍ଘ ବର୍ଷ ପରେ ଆକ୍ସନ ମୋଡରେ ନୂଆ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି । ପୂର୍ବ ଜିଲ୍ଲାପାଳ କରିଥିବା ବେନିୟମ ନିଦେ୍ର୍ଦଶନାମା ଗୁଡ଼ିକୁ ଦାୟିତ୍ୱ ଗ୍ରହଣ କରିବାର ୬ ଘଣ୍ଟା ମଧ୍ୟରେ ରଦ୍ଧ କରିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି  । ପୂର୍ବ ଜିଲ୍ଲାପାଳ ପାରୁଲ ପଟୱାରିଙ୍କୁ ରାଜ୍ୟ ସରକାର ଗତ ୨୨ ତାରିଖରେ ବଦଳି କରିଥିବାବେଳେ ସେ ପଛୁଆ ତାରିଖ ପକାଇ ୮ଟି ବଦଳି ନିଦେ୍ର୍ଦଶନାମା ଜାରି କରିଥିଲେ । ଏଥିମଧ୍ୟରେ ତିନିଟି ସଂସ୍ଥା ସହ ବୁଝମଣାପତ୍ର ମଧ୍ୟ ସ୍ୱାକ୍ଷର କରିଥିଲେ । ବିଭିନ୍ନ ସୂତ୍ରରୁ ଜିଲ୍ଲା ପ୍ରଶାସନର କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇବା ପରେ ଏହି ୬ ଟି ନିଦେ୍ର୍ଦଶନାମାକୁ ରଦ୍ଧ କରିଛନ୍ତି । ନୂଆ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ଦୀର୍ଘ ୧୧ମାସ କାର୍ଯ୍ୟକାଳ ମଧ୍ୟରେ ତକôାଳୀନ ଜିଲ୍ଲାପାଳ ପାରୁଲ ପଟୱାରି ବିଭିନ୍ନ ବେନିୟମ କାର୍ଯ୍ୟ କରିବା ଅଭିଯୋଗରେ ମୋହନ ସରକାର ତାଙ୍କୁ ବଦଳି କରିବା ପରେ ମଧ୍ୟ ପଛୁଆ ତାରିଖରେ ବିଭିନ୍ନ ରାଜସ୍ୱ ନିରୀକ୍ଷକ, ସେକ୍ସନ ଅଧିକାରୀ, ବରିଷ୍ଟ ଓ କନିଷ୍ଠ ରାଜସ୍ୱ ସହାୟକ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ବଦଳି କରାଯାଇଥିଲା । ଏଥିରେ ବର୍ଷକ ଓ ୧ ମାସ ମଧ୍ୟରେ ତିନି ତିନି ଥର ବଦଳି ହୋଇଥିବା ସହାୟକମାନେ ରହିଛନ୍ତି । ଯିଏ ଯେଉଁ ସ୍ଥାନକୁ ଚାହିଁଲେ ସେହି ସ୍ଥାନକୁ ବଦଳି କରାଯିବା ନିଦେ୍ର୍ଦଶନାମା ସମସ୍ତଙ୍କୁ ଚକିତ କରିଥିଲା । ଏଥିପାଇଁ ସରକାରୀ ବେସରକାରୀ ଦଲାଲ ମାନଙ୍କ ଦ୍ୱାରା ମୋଟ ଆକାରରେ ଟଙ୍କା ଆଦାୟ ହୋଇଥିବା ନେଇ ଆଲୋଚନା ହୋଇଛି ।  ନୂତନ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣିଙ୍କ ନିଦେ୍ର୍ଦଶରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଦେଶ ନଂ : ୧୮୫୮ ତାରିଖ ୨୨.୦୭.୨୦୨୫ ନଂ: ୧୯୦୪,୧୯୦୬, ୧୯୦୮,୧୯୧୦ ଏବଂ ୧୯୧୨ ତାରିଖ ୨୫.୦୭.୨୦୨୫ ଅନୁଯାୟୀ ପୂର୍ବ ନିଦେ୍ର୍ଦଶ ସବୁକୁ ବାତିଲ କରାଯାଇଛି ବୋଲି ଚିଠି ନମ୍ବର ୨୯୨୩/୨୦୨୫ ଇଏସଟିଟି ତାରିଖ ୨୮.୦୭.୨୦୨୫ ଉଲ୍ଲେଖ କରାଯାଇଛି । ଏହା ସହିତ ଯଦି କୌଣସି କର୍ମଚାରୀଙ୍କୁ ଏହି ସମୟ ମଧ୍ୟରେ ଅବ୍ୟାହିତ ଦିଆଯାଇଛି ତେବେ ତାଙ୍କୁ ପୂର୍ବ ପଦବୀରେ ଯୋଗ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି ।  ଅନ୍ୟପକ୍ଷରେ ନୂତନ ଜିଲ୍ଲାପାଳ ଶ୍ରୀ କୁଲକର୍ଣି କାର୍ଯ୍ୟାଳୟରେ ଯୋଗ ଦେବା ୨୪ ଘଣ୍ଟା ନ ପୁରୁଣୁ ସାଧରଣ ଲୋକଙ୍କ ଆସ୍ଥା ଭାଜନ ଭଳି ବାତାବରଣ ସୃଷ୍ଟି କରିଥବାରୁ ସାଧାରଣରେ ପ୍ରଶଂସା କରାଯାଇଛି । ନୂଆ ଜିଲ୍ଲାପାଳଙ୍କ ଆକ୍ସନ ମୁଡ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ସଂସ୍ଥା ଗୁଡ଼ିକ ଆଖିରୁ ନିଦ ହଜେଇ ଦେଇଛି ।