ଟ୍ରାଫିକ ବାବୁଙ୍କ ପାଇଁ ବଢୁଛି ‘ଟ୍ରାଫିକ୍ ସମସ୍ୟା’ : ଜବର ଦଖଲରେ କୋର୍ଟ ପେଟର-ଗୋକୋନେଶ୍ୱର ମନ୍ଦିର ରାସ୍ତା
ବ୍ରହ୍ମପୁର: ଦକ୍ଷିଣ ଓଡିଶାର ସିଲ୍ଲକ୍ ସିଟି ଭାବେ ବ୍ରହ୍ମପୁର ସହର ପରିଚିତ । ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟା ଯେତିକି ନାହିଁ । ତାହା ଠାରୁ ଟ୍ରାଫିକ କଣ୍ଟ୍ରୋଲ ପାଇଁ ଦାୟିତ୍ୱ ଡୁ୍ୟଟି ପାଇଁ ଆସୁଥିବା ବାବୁଙ୍କ ମେରିମାର୍ଜି ଯୋଗୁଁ ସାଧରଣ ଜନତା ଟ୍ରାଫଇକର ସମସ୍ୟାରେ ପଡି ହନ୍ତସନ୍ତ ହେଉଥିବା ଲକ୍ଷ କରାଯାଇଛି । ବାବୁଙ୍କ ମର୍ଜୀରେ ସେମାନେ ଯେଉଁ ଅଞ୍ଚଳକୁ ନୋପାର୍କିଙ୍ଗ ଜୋନ୍ ଚାହିଁବେ ସେହି ଅଞ୍ଚଳ ନୋ ପାର୍କିଙ୍ଗ ଜୋନ ହୋଇଯାଏ ।
ଯେଉଁ ରାସ୍ତା ଦେଇ ସହ ସହ ଯାନବାହାନ ଯାତାୟାତ ହୁଏ ସେଠାରେ ଏକ ରାସ୍ତାର ନିୟମ ରହୁ ନାହିଁ । ପୋଲିସର ଟ୍ରାଫିକ କଣ୍ଟ୍ରୋଲର ତରିକା ସହ ଟ୍ରାଫିକ ଦାୟିତ୍ୱରେ ଥିବା ବାବୁଙ୍କ ଟ୍ରାଫିକ ତରିକାରେ ତାଳ ମେଳ ରହୁନାହିଁ । ଯାହାଫଳରେ ପ୍ରତି ସମୟରେ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଲାଗିରହେ । ବାବୁମାନେ ମୋବାଇଲରେ ବ୍ୟସ୍ତ ରହିବା ଚିହ୍ନା ମୁହଁ ଦେଖି ନୋ ଏଣ୍ଟ୍ରି ରାସ୍ତାରେ ଛାଡିଦେବା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି । କେତେକ ବ୍ୟବସାୟ ପରିଷ୍ଠାନକୁ ଗ୍ରାହକଙ୍କୁ ନୋ ଜୋନ ରାସ୍ତାରେ ବି ଯିବାକୁ ସୁଯୋଗ ଦିଯାଉଥିବା ଅଭିଯୋଗ ହେଇଛି । ସୂଚନା ଥାଉକି ଡାକ୍ତରଙ୍କ କ୍ଲିନିକ ଯେଉଁଠାରେ ସେମାନଙ୍କ କ୍ଲିନିକହ ପାର୍କିଂଙ୍ଗ ପାଇଁ ବ୍ୟବସ୍ଥା ନଥିବା ଯୋଗୁଁ କୋର୍ଟପେଟା ଛକ ଠାରୁ ଗୋକୋନେଶ୍ୱର ମଦିର ଯାଏ ଟ୍ରାଫିକ ସମସ୍ୟା ନକହିବା ଭଲ । ବ୍ରହ୍ମପୁର ଟ୍ରାଫିକ ସମସ୍ୟା ଏହି ରାସ୍ତାରେ ପ୍ରବଳ ଅଭିଯୋଗ ହେଲେ ଏହି ରାସ୍ତାକୁ ଏକ ମୁହାଁ କରାଯାଏ କିନ୍ତୁ ଏହାବି ଦିନେ ଦୁଇ ଦିନ ପାଇଁ ତାହା ପରେ ଯେତେ ମାଠିବୁ ମାଠ ନୀତି । ପୁଣି ବସଷ୍ଟାଣ୍ଡରେ ଗାଡି ଗୁଡିକ ପାଇଁ ଲଗାମ ବି ନାହିଁ । ଯେମିତି ଶୁଣିବାକୁ ମିଳୁଛି ପ୍ରଶାସନିକ ଅଧିକାରୀମାନେ ଡାକ୍ତର ଏବଂ ଗାଡି ମାଲିକଙ୍କୁ ହାତ ମାରିବାକୁ ଭୟ । ବିଏମସିର ଜବର ଦଖଲ ଉଚ୍ଛେଦ ଧର୍ମକୁ ଆଖିଠାର ସଦୃଶ୍ୟ । ନନ୍ଦନ ହୋଟେଲ ପାଇଁ ବଢୁଛି ସହରର ମୁଖ୍ୟ ରାସ୍ତା ମାତ୍ର ପାଞ୍ଚସହ ମିଟର ଦୂରରେ ଟ୍ରାଫିକ ଥାନା କିନ୍ତୁ ଦୀପ ତଳ ଅନ୍ଧାର ସଦୃଶ୍ୟ । ନନ୍ଦନ ହୋଟେଲ ପ୍ରତି ରହିଥିବା ଦୁର୍ବଳତା ବାଟରୁ ଯାଇ ହାଟରେ ଗଡୁଛି ତେଣୁ ବ୍ରହ୍ମପୁର ଟ୍ରାଫିକ ସମସ୍ୟାର ଅନ୍ତ କେବେବି ନାହିଁ କହିଲେଣି ବୁଦ୍ଧିଜୀବୀ । କାଣୀ ବିରାଡିର କୁଜି ଅସରପା ଉପରେ ଦାଉ ପରି ବ୍ରହ୍ମପୁର ମହାନଗର ନିଗମର କାର୍ଯ୍ୟକଳାପ ।