ବିଭିନ୍ନ ଦାବି ଦେଇ ସ୍କୁଲ କଲେଜ ଶିକ୍ଷକ ସଂଘର ପ୍ରତିବାଦ ସଭା
ଯାଜପୁର ଟାଉନ: ଓଡ଼ିଶା ସ୍କୁଲ ଶିକ୍ଷକ ସଂଘ ଯାଜପୁର ଜିଲାଶାଖା ପକ୍ଷରୁ ବିଭିନ୍ନ ଦାବିକୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଶିକ୍ଷକ ସଂଘର ଜିଲା ସଭାପତି ସୁନନ୍ଦ ରାଉତ ଏବ ସଂପାଦକ ପବିତ୍ର ପଣ୍ଡାଙ୍କ ଆହ୍ୱାନରେ ଶତାଧିକ ଶିକ୍ଷକ/ଶିକ୍ଷୟିତ୍ରୀ ସାମିଲ ହୋଇଧାରଣା ଓ ପ୍ରତିବାଦ ସଭା କରିଥିଲେ । ଦାବି ମୁତାବକ ସମସ୍ତ ଯୋଗ୍ୟ ବିବେଚିତ ସ୍କୁଲ ଓ କଲେଜ ଗୁଡିକୁ ଅନୁଦାନ ପ୍ରଦାନ, ଚାକିରିରୁ ଅବସର ନେଇଥିବା ଶିକ୍ଷକମାନଙ୍କୁ ଚାକିରି ସର୍ତ୍ତାବଳୀ ପେନସନ, ଅବସରକାଳୀନ ସୁବିଧା, ଚାକିରୀ ବୟସସୀମା ୬୦ବର୍ଷରୁ ୬୨ବର୍ଷକୁ ବୃଦ୍ଧି, ନୂତନ ପେନସନ ସ୍କିମ୍ ବଦଳରେ ପୁରାତନ ସ୍କିମ୍ ଅନୁଯାୟୀ ପେନସନ ପ୍ରଦାନ ପ୍ରଭୃତିକୁ ଦାବିକୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରିଛନ୍ତି । ଏଥିସହିତ ଜିଲାପାଳଙ୍କ ଜରିଆରେ ଉଚ୍ଚଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ତାଙ୍କର ଦାବିଗୁଡିକୁ ସରକାର ଗ୍ରହଣ ନକରି କରନ୍ତି. ତେବେ ଆଗାମୀ ଦିନରେ ଶିକ୍ଷକ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନି ଦେଇଛନ୍ତି । ଆନେ୍ଦାଳନରେ ୧୦ଗୋଟି ବ୍ଲକ ଶିକ୍ଷକ ସଂଘର ସଭାପତିଙ୍କ ସମେତ କମିଟିର ଶତାଧିକ କର୍ମଚାରୀ ସାମିଲ ହୋଇଥିଲେ ।