ଡ଼୍ୟାନ୍ସ ଏକାଡ଼େମୀରେ ଶାସ୍ତ୍ରୀୟ ନୃତ୍ୟସନ୍ଧ୍ୟା

 ପୁରୀ : ପ୍ରବୀଣ ଓ ଉଦୀୟମାନ ନୃତ୍ୟଶିଳ୍ପୀଙ୍କ ନୁପୂରର ନିକୂଣରେ ଝଙ୍କୃତ ହୋଇଥିଲା ସଂସ୍କୃତି ଭବନ ପରିସର । ନୃତ୍ୟାଙ୍ଗନାମାନଙ୍କ ଓଡ଼ିଶୀ,ମାହାରୀ ଓ ଭାରତ ନାଟ୍ୟମ୍ ପରିବେଷଣରେ ମନ୍ତ୍ରମୁଗ୍ଧ ହୋଇଥିଲେ ନୃତ୍ୟପ୍ରେମୀ ଦର୍ଶକ ଓ ଅତିଥି ବର୍ଗ । ଅବସର ଥିଲା ପୁରୀ ଡ଼୍ୟାନ୍ସ ଏକାଡ଼େମୀର ରୌପ୍ୟ ଜୟନ୍ତୀ ସମାରୋହ । ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ । ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ପଦ୍ମଶ୍ରୀ ଡ଼ାକ୍ତର ଅଶୋକ ମହାପାତ୍ର, ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପଟ୍ଟଯୋଶୀ, ଇଫ୍କୋର ପ୍ରଶାସନିକ ଅଧିକାରୀ ଡ଼. ପ୍ରଶାନ୍ତ କୁମାର ବେହୁରିଆ, ଚଳଚ୍ଚିତ୍ର ନିଦେ୍ର୍ଦଶକ ଶ୍ୟାମାପ୍ରସାଦ ମିଶ୍ର ଓ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲ୍ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ । ଉସôବରେ ଅନୁଷ୍ଠାନ ପକ୍ଷରୁ ଉପେନ୍ଦ୍ର ପୁରୋହିତଙ୍କୁ ଶ୍ୟାମସୁନ୍ଦର ପାଣ୍ଡେ ସ୍ମୃତି ସମ୍ମାନ, ଶିବନାରାୟଣ ରାୟଙ୍କୁ ଲିଙ୍ଗରାଜ ବେହେରା ସ୍ମୃତି ସମ୍ମାନ ଏବଂ ସାମ୍ବାଦିକ ବିଶ୍ୱଜିତ୍ ମିଶ୍ର ଓ ବିଜୟ ପଟ୍ଟନାୟକଙ୍କୁ ପୁରୀ ଶ୍ରୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ନାରାୟଣ ପାଣ୍ଡେ ଓ ନୃତ୍ୟ ଗୁରୁ ରୋଜାଲିନ୍ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ନୃତ୍ୟ କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା କୋଲକାତାରୁ ଆସିଥିବା ଗୁରୁ ଦେବଯାନୀ ବସୁଙ୍କ ଭାରତନାଟ୍ୟମ୍ ପରିବେଷଣ । ପୁରୀ ଡ଼୍ୟାନ୍ସ ଏକାଡ଼େମୀର କଳାକାରମାନେ ଦେଖ ଗୋ, ନାଚନ୍ତି ରଙ୍ଗେ ଶ୍ରୀହରି, ଶିବ ତାଣ୍ଡବ ଓ ଲିଙ୍ଗରାଜ କଳା ନିକେଚନର ଶିଳ୍ପୀମାନେ ମାହାରି ନୃତ୍ୟ ପରିବେଷଣ କରିଥିଲେ ।