ଆମ ସେବା ପରିବାର ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ ସହାୟତା
ଭୁବନେଶ୍ୱର: ମଞ୍ଚେଶ୍ୱର୍ ୱାର୍ଡÿ ନମ୍ବର ୧୦ ରେ ଥିବା ଝରଣା ବସ୍ତିରେ ଜଗା ବେହେରା ତାଙ୍କ ପନôୀଙ୍କ ସହ ରୁହନ୍ତି । ଦୀର୍ଘ ଦିନ ହେବ ତାଙ୍କ ସମ୍ପୂର୍ଣ୍ଣ ଶରୀରରେ ଘା ହୋଇ ସେ ଶଯ୍ୟାଶାୟୀ ଥିଲେ । ଏହା କ୍ୟାନ୍ସର ଆଡ଼କୁ ଗତି କରିଥିଲା । ତାଙ୍କ ପନôୀ ଗଣମାଧ୍ୟମରେ ବ୍ୟାକୁଳ ହୋଇ ସାହାଯ୍ୟ ମାଗିଥିଲେ । ଆମ ସେବା ପରିବାର ଟ୍ରଷ୍ଟର ସଦସ୍ୟ ମାନେ ତାଙ୍କ ପାଖକୁ ଯାଇ ତାଙ୍କୁ ଡାକ୍ତରଖାନାକୁ ନେÿଇ ଚିକିସôା କରାଇଥିଲେ । ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ବିଗତ ଦିନରେ ସଦସ୍ୟ ମାନେ ତାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ମାସିକ ରାସନ ମଧ୍ୟ ସହଯୋଗ କରିଥଲେ ।