ମନ୍ଦିରର ଉନ୍ନତି ପାଇଁ ୧ କୋଟି ଅନୁଦାନ ଦାବି
ସମ୍ବଲପୁର: ନିଜ ନିର୍ବାଚନ ମଣ୍ଡଳୀର ଗୋଶାଳା ଚଣ୍ଡୀ ମନ୍ଦିରର ବିଭିନ୍ନ ସମସ୍ୟା ନେଇ ସମ୍ୱଲପୁର ଜିଲ୍ଲା ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ମୁଖ୍ୟମନ୍ତ୍ରୀଙ୍କ ଚିଠି କରିଛନ୍ତି । ସେଲେଖିଛନ୍ତି ଗୋଶାଳା ଚଣ୍ଡୀ ମନ୍ଦିର ବହୁ ପୁରାତନ ମନ୍ଦିର ଅଟେ । ମନ୍ଦିରର ଯେତିକି ଉନ୍ନତ ଏବଂ ସୁବିଧା ସୁଯୋଗ ରହିବା କଥା ତାହା ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମୟରେ ମନ୍ଦିରର ନବୀକରଣ କାର୍ଯ୍ୟ ପାଇଁ ୧୪ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ । ମାତ୍ର ତାହା ପର୍ଯ୍ୟାପ୍ତ ନୁହେଁ । ମନ୍ଦିରର ଅନେକ କାର୍ଯ୍ୟ ଏବେବି ବାକି ରହିଛି । ମନ୍ଦିରର ପୁନଃନିର୍ମାଣ, ପାନୀୟ ଜଳ ଓ ବିଦୁ୍ୟତ ସଂଯୋଗ, ଭୋଗମଣ୍ଡପ, ବିଶ୍ରାମ କକ୍ଷ ଆଦି ନିର୍ମାଣ କରିବାକୁ ଦାବୀ କରିଛନ୍ତି । ମନ୍ଦିରର ଉନ୍ନତି ୧ କୋଟି ଟଙ୍କାର ଅନୁଦାନ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅନୁରୋଧ କରିଛନ୍ତି । ଭକ୍ତମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନୁଦାନ ରାଶି ଶୀଘ୍ର ପ୍ରଦାନ କରିବାକୁ ବିଧାୟକ ହରିପାଲ ଦାବି କରିଛନ୍ତି ।