ରେତଙ୍ଗ ଖେଳପଡ଼ିଆରେ ହେବ ସ୍ୱାଧୀନତା ଦିବସ ସମାରୋହ

 ଜଟଣୀ : ପୁନଃବିକାଶ ଏବଂ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ପୂର୍ବରୁ ବ୍ୟବହୃତ ଖୋର୍ଦ୍ଧାରୋଡ୍ ଷ୍ଟାଡିୟମ୍ ଓ ଫୁଟବଲ ଖେଳ ପଡିଆ ପରିବର୍ତ୍ତେ ୭୯ତମ ସ୍ୱାଧୀନତା ଦିବସ ଓ ପ୍ୟାରେଡ୍ ଉସôବ ଚଳିତ ବର୍ଷ ରେତଙ୍ଗ କଲୋନି ଖେଳପଡ଼ିଆରେ ଅନୁଷ୍ଠିତ ହେବ । ଖୋର୍ଦ୍ଧାରୋଡ୍ ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ) ଆଲୋକ ତ୍ରିପାଠୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଆୟୋଜିତ ପରେଡ୍ ନିରୀକ୍ଷଣ, ମାର୍ଚ୍ଚପାଷ୍ଟ ଦଳ ସହିତ ଅଭିବାଦନ ବିନିମୟ ଏବଂ ରେଳ କର୍ମଚାରୀ, ରେଳ ବ୍ୟବହାରକାରୀ ଏବଂ ଜନସାଧାରଣଙ୍କ ସମାବେଶକୁ ମଣ୍ଡଳ ରେଳ ପ୍ରବନ୍ଧକ ସମ୍ବୋଧିତ କରିବେ ବୋଲି ରେଳବାଇ ସୂତ୍ରରୁ ପ୍ରେସବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।