ଗାୟତ୍ରୀ ସରାଫଙ୍କ ୨ ପୁସ୍ତକ ଉନ୍ମୋଚିତ
ବଲାଙ୍ଗିର : ପବିତ୍ର ରକ୍ଷାବନ୍ଧନ ଅବସରରେ କବି ଗାଳ୍ପିକା ଗାୟତ୍ରୀ ସରାଫଙ୍କ ପ୍ରେମ ଗଳ୍ପ ଓ ଗାଥା ଗାୟତ୍ରୀ ୨ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହା ଏକ ଅଭିନବ ବିଚାରଧାରା ନେଇ ଲିଖିତ । ଗାଳ୍ପିକା ନିଜର ସାନ ଭାଇମାନଙ୍କ ଉପସ୍ଥିତିରେ ସ୍ଥାନୀୟ ରାଧାରାଣୀ ପଡ଼ା ସନାତନ ମନ୍ଦିର ପରିସରରେ ଅତି ନିରାଡମ୍ବର ରକ୍ଷାବନ୍ଧନ ଉତ୍ସବ କରି ଭାଇମାନଙ୍କୁ ସେମାନଙ୍କ ହାତରେ ରାଖି ବାନ୍ଧି ଥିବାବେଳେ ଏହି ଦୁଇ ପୁସ୍ତକ ଉନ୍ମୋଚନ କରିଥିଲେ । ଗାଳ୍ପିକା ସରାଫ ଦୁଇଟି ଯାକ ପୁସ୍ତକର ସଂକ୍ଷିପ୍ତ ବିବରଣୀ ଦେଇ ଭାଇମାନଙ୍କ ଭଉଣୀମାନଙ୍କ ପ୍ରତି କର୍ତ୍ତବ୍ୟ ବୋଧ ବିଷୟରେ ଭଉଣୀମାନଙ୍କୁ ସୁରକ୍ଷା ଡେବା ତାଙ୍କର ମୁଖ୍ୟ ଦାୟିତ୍ୱ ବୋଳି ସଚେତନ କରିଥିଲେ । ଏହି ଉତ୍ସବରେ ଅମ୍ବରିସ ସରାଫ ଅଧ୍ୟକ୍ଷତା କରି ମହାନ କବି ଗଙ୍ଗାଧର ମେହେରଙ୍କୁ ସ୍ମରଣ କରି ନାରୀ ସୁରକ୍ଷା ଉପରେ ଜୋର ଦେଇଥିଲା । ବାକ୍ତା ସସ୍ମିତା ସାହୁ, ଉମାକାନ୍ତ ପାତ୍ର, ବିପିନ ବିହାରୀ ପଣ୍ଡା, ମଦନ ପାଣିଗ୍ରାହୀ, ଅଶୋକ ପଣ୍ଡା, ମିଳନ କୁମାର ସାହୁ ନିଜସ୍ୱ ମତ ରଖିଥିଲେ ।