ଲଦଡ଼ି ଛକରେ ଲକ୍ଷ୍ମୀ ବସ ରହଣି ଦାବି
ଫିରିଙ୍ଗିଆ/କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଜାଜେସ ପଙ୍ଗା ପଞ୍ଚାୟତ ଲଦଡ଼ି ଛକରେ ସରକାରଙ୍କ ଦ୍ୱାରା ଚାଲିଥିବା ଲକ୍ଷ୍ମୀ ବସ୍ ରହଣି ଦାବିରେ ସକାଳୁ ଲଦଡି ଅଞ୍ଚଳର ମହିଳାମାନେ ରାସ୍ତା ଅବରୋଧ କରି ବସ୍କୁ ଅଟକାଇଥିବା ବେଳେ, ଫିରିଙ୍ଗିଆ ବ୍ଲକ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କ ଅନୁପସ୍ଥିତରେ କାର୍ଯ୍ୟାଳୟରେ ବସ୍ ରହଣି ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଲଦଡ଼ି ଛକରେ ୨ ଟି ୱାର୍ଡର ଅଞ୍ଚଳବାସୀ ବିଭିନ୍ନ ସ୍ଥାନକୁ ଯିବା ପାଇଁ ବସରେ ଯାତାୟତ କରିଥାନ୍ତି । ସମସ୍ତ ବେସରକାରୀ ବସ୍ ଏହି ଛକରେ ରହୁଥିବା ବେଳେ, ସରକାରଙ୍କ ଦ୍ୱାରା ଚାଲିଥିବା ସରକାରୀ ବସ ଲକ୍ଷ୍ମୀ ବସ୍ ଏହି ଲଦାଡି ଛକରେ ରହୁନଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବସ୍ରେ ଯିବାକୁ ହେଲେ ଦୂରକୁ ଜାଜେସ ପଙ୍ଗା କିମ୍ବା ଅନ୍ୟ ଷ୍ଟପେଜକୁ ଯିବାକୁ ପଡୁଛି । ଯାହାଦ୍ୱାରା ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ଯାହାକୁ ନେଇଁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ, ଲଦଡି ଛକରେ ଅଞ୍ଚଳର ୨ଟି ୱାର୍ଡ ର ଶତାଧିକ ମହିଳା ବସ୍ ରହଣି ଦାବିରେ ଲକ୍ଷ୍ମୀ ବସ୍କୁ ଦୀର୍ଘ ସମୟ ଧରି ଅଟକାଇଥିବା ବେଳେ, ଏହି ବସ୍ କର୍ମଚାରୀ ବୁଝା ସୁଝା ପରେ ବସକୁ ଛାଡିଥିଲେ । ପରେ ଅଞ୍ଚଳର ମହିଳାମାନେ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟକୁ ଆସି ଲଦଡି ଛକରେ ବସ ରହିବା ଦାବିରେ ଫିରିଙ୍ଗିଆ ବିଡିଓ କାର୍ଯ୍ୟାଳୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ପ୍ରଶାସନ ଏହି ଛକରେ ଲକ୍ଷ୍ମୀ ବସ ରହଣି ବ୍ୟବସ୍ଥା କରିବା ପାଇଁ ସହଯୋଗ କରିବା ପାଇଁ ଦାବି ଜଣାଇଥିବା ବେଳେ, ବସ୍ ରହଣି ବ୍ୟବସ୍ଥା ନ କଲେ ଆଗାମୀ ଦିନରେ ଆନେ୍ଦାଳନ କରାଯିବ ବୋଲି ଅଞ୍ଚଳର ମହିଳାମାନେ କହିଛନ୍ତି ।