୩୧ରେ ହୋଇନପାରେ ଓଟିଇଟି ସାନି ପରୀକ୍ଷା !

 କଟକ: ନିର୍ଦ୍ଧାରିତ ୩୧ ତାରିଖରେ ହୋଇନପାରେ ଓଟିିଇଟି ସାନି ପରୀକ୍ଷା । ଆସନ୍ତା ୩୧ ତାରିଖରେ ପରୀକ୍ଷା କରାଇବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲା ମାଧ୍ୟମିକ ଶିକ୍ଷା ପରିଷଦ । ତେବେ ପରୀକ୍ଷା ଘୁଂଚାଇବାକୁ ବୋର୍ଡ଼ ପକ୍ଷରୁ ଗଣଶିକ୍ଷା ବିଭାଗକୁ ଚିଠି କରାଯାଇଥିବା ଜଣା ପଡ଼ିଛି । କର୍ମଚାରୀ ଅଭାବ ଯୋଗୁଁ ପରୀକ୍ଷା ଘୁଞ୍ଚା ଯାଉଥିବା ଚର୍ଚ୍ଚା ହେଉଛି । ତେବେ ପରୀକ୍ଷା ଘୁଞ୍ଚିବା ସଂପର୍କରେ ବୋର୍ଡ଼ କର୍ତ୍ତୁପକ୍ଷ କୌଣସି ସ୍ପଟୀକରଣ ରଖିନାହାନ୍ତି । ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ପରେ ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଥିଲା ।