କାର୍ଯ୍ୟାନୁଷ୍ଠାନ ନହେଲେ ଧାରଣା ଦେବେ ଗ୍ରାମବାସୀ : ଦୁର୍ନୀତିର ଗନ୍ତାଘର ପାଲଟିଛି ଅରଣ୍ଡୁଆ ପଞ୍ଚାୟତ
ଭଦ୍ରକ: ଦୁର୍ନିତିର ସହାସମୁଦ୍ରରେ ଲହରୀ ଭାଙ୍ଗୁଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଅରଣ୍ଡୁଆ ପଞ୍ଚାୟତ । ଗୋଟିଏ ପରେ ଗୋଟିଏ ଫଲ୍ସ ବିଲ ଧରା ପଡିବା ପରେ କାର୍ଯାନୁଷ୍ଠାନ ଗ୍ରହଣ କରାନଗଲେ ଅଗଷ୍ଟ ୧୨ ତାରିଖରୁ ବ୍ଲକ ଆଗରେ ଗ୍ରାମବାସୀ ଧାରଣା ଦେବେ ବୋଲି ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ବାସୁଦେବପୁର ବ୍ଲକର ଅରଣ୍ଡୁଆ ପଞ୍ଚାୟତ ଦୁର୍ନିତିର ମହାଦ୍ରୁମ ପାଲଟିଛି । ତମ୍ବାଖଣ୍ତି ଗ୍ରାମର କମୁ୍ୟନିଟି ସେଣ୍ଟର ଫଲ୍ସ ବିଲ ମାମଲାରେ ଧରାପଡିଛନ୍ତି । ଦୁର୍ନିତି କଳାକାରନାମାରେ ମହାଦୃମ ପାଲୋଟିଛି ଅରଣ୍ଡୁଆ ପଞ୍ଚାୟତ । ପଞ୍ଚାୟତ ସରପଞ୍ଚଙ୍କ ଦୁର୍ନୀତି ପଦାରେ ପଡି ହାଟରେ ଚର୍ଚ୍ଚାର ବିଷୟ ପାଲଟିଛି । ଅରଣ୍ଡୁଆ ପଞ୍ଚାୟତ ଦୁର୍ନିତିକୁ ଲୋକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛନ୍ତି । କିନ୍ତୁ ଠୋସ୍ ଅଭିଯୋଗ ହେଉଥିଲେ ବି ପ୍ରଶାସନର ଧ୍ରୃତରାଷ୍ଟ୍ର ସାଜିଛି । ତମ୍ବାଖଣ୍ଡି ଗ୍ରାମର କମୁ୍ୟନିଟି ସେଣ୍ଟର ୨୦୨୪-୨୫ ମସିହାର ପ୍ରକଳ୍ପ ନିର୍ମାଣ ନାମରେ ଫଲ୍ସ ବିଲ କରି ଦୁଇଟି କିସ୍ତିରେ ୧ ଲକ୍ଷ ୨୫ ହଜାର ୨୫୮ ଟଙ୍କା ପିଇଓ ସର୍ବଶ୍ରୀ ପଟ୍ଟନାୟକ ନିଜସ୍ୱ ଜମାଖାତାକୁ ନେଇଛନ୍ତି । ନିର୍ମାଣ ହେବାକୁ ଥିବା ଗ୍ରାମକୁ କନିଷ୍ଠ ଯନ୍ତ୍ରୀ, ପିଇଓ, ସରପଞ୍ଚ କିମ୍ବା ସହକାରୀ ଯନ୍ତ୍ରୀଙ୍କ ପାଦ ପଡିନାହିଁ । ହେଲେ ସମସ୍ତ ଦସ୍ତଖତରେ ଫଲ୍ସ ବିଲ ପୈଠ ହୋଇଗଲା । ଗ୍ରାମବାସୀ ୨୧ ଜୁଲାଇ ୨୦୨୫ରେ ଭଦ୍ରକ ଜିଲ୍ଲାପାଳଙ୍କ ଅଭିଯୋଗ କରିଥିଲେ । ଏପର୍ଯ୍ୟନ୍ତ ଜିଲ୍ଲାପାଳ ତଦନ୍ତ କଲେ ନାହିଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ।
ସହକାରୀ ଯନ୍ତ୍ରୀ ଅନିଶ ସୁବୁଦ୍ଧି ରାୟ ଫଲ୍ସ ବିଲର ସଂପୃକ୍ତ ଥିବା ବେଳେ, ବିଡିଓ ତଦନ୍ତ ଭାର ସହକାରୀ ଯନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ବିଭିନ୍ନ ଖବର କାଗଜ ଓ ମିଡିଆରେ ନିରନ୍ତର ଭାବେ ପ୍ରକାଶ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଭୟରେ ତରବରିଆ ଭାବେ ପିଇଓ ଅର୍ଥ ଫେରସ୍ତ କରିଛନ୍ତି । ସରକାରୀ ଅର୍ଥ ଲୁଟ କଲେ ଧରା ପଡିବା ପରେ ଫେରାଇଲେ । ଅରଣ୍ଡୁଆ ପଞ୍ଚାୟତର ୨୦୨୩-୨୪ ମସିହାର ଏମଜିଏନଆରଜିଏସର ୩୦ ଲକ୍ଷରୁ ଅଧିକ ଟଙ୍କାର ଦୁର୍ନିତିର ଗ୍ରାମବାସୀ ଅଭିଯୋଗ କରିଥିଲେ । ତଦନ୍ତ ପରେ ବିଡିଓଙ୍କ ଚିଠି ନଂ- ୩୭୬୩ (୩) ତ-୪ ଅଗଷ୍ଟ ୨୦୨୩ ରେ ୧୧ ଲକ୍ଷ ୨୧ ହଜାର ୫୩୯ ଟଙ୍କା ଓ ଚିଠି ନମ୍ବର-୩୪୭୭ ତ-୧୫ ଜୁଲାଇ ୨୦୨୩ରେ କନିଷ୍ଠ ଯନ୍ତ୍ରୀ ପ୍ରମୋଦ ପାତ୍ର, ପିଇଓ ଉମର ଅଲ୍ଲି, ସରପଞ୍ଚ ନିରୁପମା ନାୟକ ଓ ଜିଆରଏସ୍ ସଞ୍ଜୁଲତା ମଳିକଙ୍କୁ ଅର୍ଥ ପୈଠ ପାଇଁ ନିଦେ୍ଦର୍ଶ ଦେଇଥିଲେ । ସେହିପରି ତୁଡି ପୋଖରୀ ତୁଠ ନିର୍ମାଣ ନାମରେ ସରକାରୀ ତହବିଲରୁ ଫଲ୍ସ ବିଲ କରି ଅର୍ଥ ଲୁଟ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ପରେ ୨ ଲକ୍ଷ ୬ ହଜାର ଟଙ୍କା ଫେରସ୍ତ କରିଥିଲେ । ଦୁର୍ନିତି ପରେ ଅଭିଯୋଗ ଓ ତଦନ୍ତ ହୋଇ କାର୍ଯାନୁଷ୍ଠାନ ଶୁନ୍ ହେଉଥିବାରୁ ଦୁର୍ନିତିର ଲହଡୀ ଭାଙ୍ଗୁଛି । କମୁ୍ୟନିଟି ସେଣ୍ଟର ପ୍ରକଳ୍ପ ଫଲ୍ସ ବିଲ ସଂପୃକ୍ତ ସରକାରୀ କର୍ମଚାରୀ ଓ ସରପଞ୍ଚଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ୧୨ ତାରିଖରୁ ବ୍ଲକ ଆଗରେ ଗ୍ରାମବାସୀ ଧାରଣା ଦେବେ ବୋଲି ବିଡିଓଙ୍କୁ ଅରଣ୍ଡୁଆ ସମିତି ସଭ୍ୟ ରମାକାନ୍ତ ଦାଶ, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ବିଶ୍ୱାଳ, ତମ୍ବାଖଣ୍ଡିର ଦୀପକ ବେହେରା ଓ ଅନ୍ୟମାନେ ଦାବିପତ୍ର ପ୍ରଦାନ କରିଛନ୍ତି ।