ଧାନ ପେଷା ମେସିନ କିଣାରେ ଚଞ୍ଚକତା ସବସିଡ଼ ଟଙ୍କା ଚଳୁ; ବିଡ଼ିଓଙ୍କୁ ମହିଳାଙ୍କ ଅଭିଯୋଗ
ାା ପ୍ରଭାନୁ୍ୟଜ ।ା ଦାନଗଦୀ: ଚଞ୍ଚକତା କରି ଧାନ ପେଷା ମେସିନ କିଣା ଯାଇଛି । ସବସିଡ଼ ଟଙ୍କାକୁ ଚଳୁ କରି ନେଇଛନ୍ତି । ଏଭଳି ଅଭିଯୋଗ ଠକେଇର ଶିକାର ହୋଇଥିବା ଦାନଗଦୀ ବିଡ଼ିଓଙ୍କୁ ଦାନଗଦୀ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଜଁଅର ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା କରିଛନ୍ତି । ଠକେଇର ଶିକାର ହୋଇ ନ୍ୟାୟ ପାଇଁ ଏମ୍ବିକେଙ୍କ ବିରୋଧରେ ବିଡିଓଙ୍କ ଦ୍ୱାରସ୍ତ ହୋଇଥିବା ମହିଳା କରିଥିବା ଅଭିଯୋଗ ମୁତାବକ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆତ୍ମନିର୍ଭରଶିଳ ହେବା ପାଇଁ ସବ୍ସିଡିରେ ଧାନ ପେଷା ମେସିନ ଯୋଗାଇ ଦେଇଥାନ୍ତି । ଏହି ମେସିନ କିଣାରେ ଚଞ୍ଚକତା କରି ତାଙ୍କ ସବ୍ସିଡି ଟଙ୍କାକୁ ଚଳୁକରି ଦେଇଥିବା ଅଭିଯୋଗ କରିଛନ୍ତି । ସେଥିପାଇଁ ସେମାନଙ୍କର ସବ୍ସିଡି ଟଙ୍କା ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ । ଏଜେନ୍ସି ଡିଲରଙ୍କ ଆକାଉଣ୍ଟରେ ସବୁ ଟଙ୍କା ଜମା ହୋଇଯାଇଛି । ଚଞ୍ଚକତା କରି ସିଆରପି.ଏମବିକେ ଓ ଡିଲର ଯାହା ପାଖରୁ ମେସିନ କିଣା ଯାଇଥିଲା ସବସିଡି ଟଙ୍କାକୁ ହରିଲୁଟ କରିବାକୁ ମସୁଧା କରିଥିବା ଅଭିଯୋଗ କରିଛନ୍ତି । ଧାନ ପେଷା ମେସିନ କିଣିବା ପୂର୍ବରୁ ଗ୍ରୁପର ମହିଳା ମାନଙ୍କ ଠାରୁ ମାଗଣା ମେସିନ ମିଳିବ ଏମ୍ବିକେ ପାରମଣୀ ସାହୁ କହି ସି.ଆର.ପିଙ୍କ ଜରିଆରେ ଡକୁମେଣ୍ଟ ନେଇଥିଲେ । ଯାହାକି ନିୟମ ଅନୁସାରେ କିଣିବା ପୂର୍ବରୁ ମହିଳାମାନଙ୍କ ନାଁରେ ରେଜିଷ୍ଟ୍ରେସନ ଆଇଡି ଖୋଲି ରିଜୁଲେସଲ ହେବା ସହ ବ୍ୟାଙ୍କ ପାସ ବହିର ନକଲ ନବା କଥା । ଚାଲାକିରେ ରିଜୁଲେସନ ଖାଲି ଖାତାରେ ପ୍ରଥମେ ଦସ୍ତଖତ ମହିଳା ମାନଙ୍କ ଠାରୁ ନେଇଥିବା ଅଭିଯୋଗ କରିଛନ୍ତି । ଯାହାକି ସମ୍ପୂର୍ଣ୍ଣ ବେଆଇନ କାମ ଅଟେ । ଆଉ ମଧ୍ୟ୍ ଜଁଅର ଆଞ୍ଚଳିକ ମଞ୍ଚର ୯ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକଙ୍କ ଠାରୁ ଦୁଇଟି ଲେଖାଁ ଫାଙ୍କା ଚେକରେ ଚତୁରତାର ସହ ଦସ୍ତଖତ କରାଇ ନିଆଯାଇଛି । ଧାନ ପେଷା ମେସିନର ଦାମ ୧ ଲକ୍ଷ ୫୧ ହଜାର ଟଙ୍କା ରହିଥିବା ବେଳେ ସବସିଡି ଟଙ୍କା ୧ଲକ୍ଷ ୧୨ହଜାର୫ଶହ ମିଳିବାକଥା । ଏହି ମେସିନର ବଜାର ଦର ଆହୁରି ବହୁତ କମ ବୋଲି ବୁଝିବାରୁ ଜଣାପଡିଛି । ଡିଲର ଏତେ ଅଧିକ ଟଙ୍କା ନେବାର କାରଣ କଣ ବୁଝା ପଡୁନାହିଁ । ବିଡ଼ମ୍ବନା ଦୀର୍ଘ ମାସ ହେଲା ମହିଳା ସ୍ୱୟଂ ସହାୟକ ଗୋଷ୍ଟୀଙ୍କୁ ମେସିନ ମିଳିଥିବା ବେଳେ ତାଙ୍କ ଆକାଉଣ୍ଟକୁ ସବସିଡି ଟଙ୍କା ଆସିନାହିଁ । ଏହାର ଅନୁସନ୍ଧାନ କଲା ପରେ ଆଉ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ସବୁ ସବ୍ସିଡି ଟଙ୍କା ନିଫ୍ଟ ହୋଇଥିବା ଜଣାପଡିଛି । ଯିଏକି ମେସିନ ଯୋଗାଇ ଦେଇଥିଲେ । ଏହାହେଲା କିପରି ଏବଂ ସବସିଡି ଟଙ୍କା ନମିଳିବାର ରହସ୍ୟ କଣ? ତାହା ଏମବିକେ, ସିଆରପିଡିଲରଙ୍କୁ ତଦନ୍ତ ପରିସରକୁ ଆଣିଲେ ଜଣାପଡ଼ିଯିବ । ଏଘଟଣାରେ ଜଣଙ୍କର ହାତ ଅଛି ନା ମିଳିମିଶି ଲୁଟ କରିଛନ୍ତି ତାହା ପ୍ରଶ୍ନବାଚୀ ହୋଇପଡ଼ିଛି । ଜଁଅର ଆଞ୍ଚଳିକ ମଞ୍ଚର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସରଳତାର ସୁଯୋଗ ନେଇ ଏମବିକେ ଏପରି କରିଥିବା ସହ ସବୁ କାମରେ ସେ ତାଙ୍କୁ ଠକୁ ଥିବା ଅଭିଯୋଗ କରିଛନ୍ତି । ତେଣୁ ତାଙ୍କୁ ନ୍ୟାୟ ଦେବା ପାଇଁ ମହିଳା ମାନେ ବିଡ଼ିଓଙ୍କୁ ନିବେଦନ କରିଛନ୍ତି ।