ଜିଲ୍ଲାସ୍ତରୀୟ ଖରିଫ ପାଇଁ କୃଷି ନିର୍ଦ୍ଧାରଣ ବୈଠକ
ରାୟଗଡ : ରାୟଗଡ଼ ଜିଲ୍ଲାସ୍ତରୀୟ ଖରିଫ୨୦୨୫ ପାଇଁ କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ପରିଷଦ ସଦଭାବନା ସଭା ଗୃହରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଅଧ୍ୟକ୍ଷତା କରିଥିଲେ । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପାୱାର ପଏଣ୍ଟ ମାଧ୍ୟମରେ ବିସ୍ତୃତ ଭାବରେ ଜିଲ୍ଲାର କୃଷି ସମ୍ବନ୍ଧୀୟ ଉପସ୍ଥାପନା କରିଥିଲେ ।
ଜିଲ୍ଲାପାଳ ଏହାକୁ ଧ୍ୟାନର ସହ ଶୁଣିବା ସହିତ ଏହା ଗଭୀର ଭାବରେ ଅନୁଧ୍ୟାନ କରି ଅଧିକ ଜାଣିବା ଉଦେ୍ଦଶ୍ୟରେ କୃଷି କର୍ମଚାରୀମାନଙ୍କୁ ପ୍ରଶ୍ନ କରୁଥିଲେ । ବିଶେଷ କରି ଜିଲ୍ଲାରେ କେଉଁ ଚାଷ ଭଲ ହୁଏ, ଅଧିକ ଚାଷୀ କଣ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । କେଉଁ ଅର୍ଥକାରୀ ଫସଲ ଚାଷ କଲେ ଚାଷୀ ଉପକୃତ ହେବେ, କେଉଁ କୃଷି ଯନ୍ତ୍ର ପାତିର ଚାହିଦା ଅଧିକ ରହୁଛି, ଜଳସେଚନ ସୁବିଧା, ବିହନ ଓ ରାସାୟନିକ ସାର ଉପଯୋଗୀତା ଆଦି ଉପରେ ପଚାରିଥିଲେ । ଆଜିର କୃଷି ରଣନୀତି ବୈଠକର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଖାଦ୍ୟଶସ୍ୟ ଉତ୍ପାଦନର ବଢାଇବା ଓ ଏହାକୁ ସୁରକ୍ଷା କରିବା, ତୈଳବୀଜ କପା ଏବଂ ଶସ୍ୟଜାତୀୟ ସୂକ୍ଷ୍ମ ଫସଲ ରୋପଣ କରିବା । ଏବଂ ଶସ୍ୟଜାତୀୟ ଓ କପାର ବ୍ୟାପକ ଭାବରେ କରିବା ଗୁରୁତ୍ୱ ଦେବା । ଅଧିକ ଅମଳ ପାଇଁ ଜଳସେଚନର ସୁନିଶ୍ଚିତ କରିବା । ବିହନ, ରାସାୟନିକ ସାର ଓ କୃଷି ଯାନ୍ତ୍ରିକୀକରଣ ଇତ୍ୟାଦି ପଦାର୍ଥ ଯୋଗାଣ ବ୍ୟବସ୍ଥା କରିବା, ସମ୍ପ୍ରସାରଣ କାର୍ଯ୍ୟକାରିଣୀ ମାଧ୍ୟମରେ ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରସାର କରିବା, କ୍ଷୁଦ୍ର ପ୍ରଦର୍ଶନ, ମିନିକିଟ୍ ପରୀକ୍ଷଣ ତାଲିମ ଏବଂ ପରିଦର୍ଶନ ପରିଚାଳନା କରିବା । ଜିଲ୍ଲାର ଖରିଫ କୃଷି ରଣନୀତି ହେଉଛି ନଦୀ ଜଳ ଉଠାଣ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରି କରି ଜଳ ସେଚନ ସମ୍ଭାବନା ସୃଷ୍ଟି କରିବା । ସର୍ବାଧିକ ଜଳସେଚନ ସୁନିଶ୍ଚିତ କରିବା ପାଇଁ ନଦୀରେ ସୂକ୍ଷ୍ମ ଜଳସେଚନ କାର୍ଯ୍ୟକ୍ରମ କରିବା । ଚଳିତ ବର୍ଷ ଜିଲ୍ଲାରେ ୧୮୧୪୮୫ ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ କରାଯିବାର ଲକ୍ଷ୍ୟ ଧର୍ଯ୍ୟ କରାଯାଇଛି । ଜିଲ୍ଲାରେ ୪୩୨୦୧ ହେକ୍ଟର ଜମିରେ ବିଶେଷ କରି ଅଧିକ ଅମଳ, ହାଇବ୍ରିଡ଼ ଓ ଦେଶୀ ଧାନ ଚାଷ କରାଯିବା ପାଇଁ ଲକ୍ଷ୍ୟ ଧର୍ଯ୍ୟ କରାଯାଇଛି । ମକା ୧୬୫୧୯ହେକ୍ଟର ଜମିରେ, ମାଣ୍ଡିଆ ୧୮୯୦୨ହେକ୍ଟର, ଯୱାରକ୍ଷ ୧୩୦୦ହେଜଟର, ବଜାର ୩୦୦ ହେକ୍ଟର, ଛୋଟ ମାଣ୍ଡିଆ ୫୭୭ହେକ୍ଟର, ମୁଗ ୮୦୨ହେକ୍ଟର, ବିରି ୯୪୯ହେକ୍ଟର, ହରଡ଼ ୧୪୧୫ହେକ୍ଟର ଏହାସହିତ ଚିନାବାଦାମ,ଜଡ଼ା, ସୂର୍ଯ୍ୟମୁଖୀ ଆଦି ତୈଳବିଜ ୬୮୪ହେକ୍ଟର, ତନ୍ତୁ ଜାତୀୟ ୧୬୪୩ହେକ୍ଟର, ସବୁଜ ପାରିବକ୍ଷ ୧୧୨୯ହେଜଟର ଜମିରେ, ମସଲା ଜାତୀୟ ଫସଲ ୩୩୩୦ ହେକ୍ଟର ଜମିରେ ଯଶ କରାଯିବ ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏହି ବୈଠକରେ କୃଷି କର୍ମଚାରୀ, ଜଳସେଚନ ବିଭାଗ, ବିଭିନ୍ନ ବ୍ୟାଙ୍କ କର୍ମଚାରୀ ଆଦି ଯୋଗଦାନ କରିଥିଲେ ।