ହୃଦ୍ଘାତରେ ତହସିଲଦାରଙ୍କ ବିୟୋଗ

 ନବରଙ୍ଗପୁର : ହୃଦ୍ଘାତରେ ନବରଙ୍ଗପୁର ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ(୫୬)ଙ୍କର ପରଲୋକ ହୋଇଯାଇଛି । ଗତ ଶୁକ୍ରବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ହୋଇଥିଲା । କିଛି ସମୟ ପରେ ସେ ଗୁରୁତର ହୋଇ ପଡିଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଏକ ଗାଡ଼ିରେ ବିଶାଖାପାଟଣା ନେଉଥିଲେ । ହେଲେ ବାଟରେ ତାଙ୍କ ମୃତୁ୍ୟ ହୋଇଥିଲା । ଶ୍ରୀ ତ୍ରିପାଠୀ ଜଣେ ଦକ୍ଷ ଅଧିକାରୀ ଭାବେ ସୁନାମ ଅର୍ଜନ କରିବା ସହ ଲୋକପ୍ରିୟ ଥିଲେ । ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନରେ ସକ୍ରିୟ ଭୂମିକା ତୁଲାଇ ଆସୁଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ.ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ତପନ ଖୁଣ୍ଟିଆ ଓ ବିଶ୍ୱଜିତ ବର୍ମନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଦେବୋତ୍ତର କମିଟି ସଭାପତି ଝାଡ଼େଶ୍ୱର ଖାଡ଼ଙ୍ଗା, ରାଜ ପୁରୋହିତ ନରସିଂହ ତ୍ରିପାଠୀ, ଓଡ଼ିଶା ରାଜସ୍ୱ ଅମଲା ସଂଘ ସଭାପତି ତ୍ରିପତି ବାଲାଜୀ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କ ବିୟୋଗରେ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି  ।