ବିଧାୟକଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ        

      
 ଝାରସୁଗୁଡା : ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ  ଶନିବାର ଲଇକେରା ବ୍ଲକ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ  କାର୍ଯ୍ୟର  ତଦାରଖ କରିବା ସହିତ ସମୀକ୍ଷା କରିଥିଲେ  । ଏହି କ୍ରମରେ  ପୁନରୁଦ୍ଧାର ହେଉଥିବା ତିଳେଇମାଳ ପଞ୍ଚାୟତ  ତିଳେଇମାଳ ଗ୍ରାମର ବଡକା କଟା ବନ୍ଧ ପରିଦର୍ଶନ କରିଥିଲେ  । ଏହାସହ ବାବୁଛିପିଡିହି ପଞ୍ଚାୟତ ବାରଗାଡ ଗ୍ରାମର ଟପୋପଡା ବନ୍ଧ, ପାକେଲପଡା ପଞ୍ଚାୟତର ଭୂୟାଁପଡା ଓ  କର୍ମାପଡା ବନ୍ଧ ଏବଂ  ଭାତଲଇଡା ପଞ୍ଚାୟତ  ଭୁଲିଆଡିହି ଗ୍ରାମର ସୁନାମାଲ ବନ୍ଧ ପରିଦର୍ଶନ କରିବା ସହିତ ଏହାର ସମୀକ୍ଷା କରିଥିଲେ  । ଏହାସହ ପାକେଲପଡା ଗ୍ରାମବାସୀଙ୍କ ସହ  ବିଧାୟକ ଆଲୋଚନା କରିଥିଲେ  । ଆଲୋଚନା କାଳରେ ଗ୍ରାମବାସୀ ବିଧାୟକଙ୍କୁ ଗ୍ରାମର ମଝଳାପଡା ବନ୍ଧର ପୁନରୁଦ୍ଧାର ପାଇଁ ଅନୁରୋଧ କରିଥିଲେ  । ତେବେ ବିଧାୟକ ତ୍ରିପାଠୀ ସପ୍ତାହ ଭିତରେ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥଲେ  । ଏହାସହ  ବର୍ଷା ଆଗମନ ପୂର୍ବରୁ ଚାଲୁ ରହିଥିବା ଏହି ବନ୍ଧ ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ କରିବାକୁ ବିଡିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ  । ଏହି ଗସ୍ତ କାର୍ଯ୍ୟକ୍ରମରେ ଲଇକେରା ବିଡିଓ ଜର୍ଜ ଡୁଙ୍ଗଡୁଙ୍ଗ ଓ କନିଷ୍ଠଯନ୍ତ୍ରୀ , ଲଇକେରା ବ୍ଲକ ମଣ୍ଡଳ ସଭାପତି କୁଳମଣି କିଶାନ, ତପସ୍ୱିନୀ ରଣା, ସୁଶାନ୍ତ ପଟେଲ, ମୋଉଜୀ ଲାଳ ଦଣ୍ଡସେନା , ନିର୍ମଳ ପଟେଲ, ପଙ୍କଜ ବେହେରା, ଟିକେଶ୍ୱର ପୃସେଠ, ସୁନ୍ଦରଲାଳ ଚୌଧୁରୀ , ମୁନକୁ ରଣା , ରୋହିତ କିଶାନ, ନିସିକାନ୍ତ ପଟେଲ, ମାଧବ ସିଂ ନାୟକ ଓ କପିଳ କିଶାନଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ  ।