ତେଜରାତି ଦୋକାନରୁ ଚୋରି
ଧାମନଗର: ଧାମନଗର ଅଞ୍ଚଳରେ ଦିନକୁ ଦିନ ଚୋରି ବୃଦ୍ଧି ପାଉଛି । ଧଳା ଜହର ଓ ଚୋରା ମଦ ଏ ଚୋରିର ମୁଖ୍ୟକାରଣ । ମଠ ମନ୍ଦିରରେ ଚୋର ମାନେ ଚୋରିକରି ପୋଲିସ ଦ୍ୱାରା ଗିରଫ ହୋଇ ଥିବାବେଳେ ପୁଣି ଏହି ଥାନା ଦୋବଲ ବଜାରରେ ଥିବା ଡବିରୁଦ୍ଦିନ ଖାନଙ୍କ ତେଜରାତି ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୋମବାର ସକାଳେ ଡବିରୁଦ୍ଦିନ ଦୋକାନ ଖୋଲିବା ପାଇଁ ଆସି ଦେଖିବା ବେଳକୁ ତାଙ୍କ ଦୋକାନର ପଛପଟ ଝରକା ଓ ମଝିରେ ଥିବା କବାଟ ତାଲା ଭଙ୍ଗା ଯାଇଛି । ଦୋକାନରେ ଥିବା ତେଜରାତି ସଉଦା ସହିତ ବାକ୍ସରେ ଥିବା ନଗଦ ୧୦ ହଜାର ଟଙ୍କା ଚୋରି ହୋଇଛି । ଏ ସମ୍ପର୍କରେ ଡବିରୁଦ୍ଦିନ ଥାନାରେ ଅଭିଯୋଗ କରିବା ପରେ ପୁଲିସ, ବୈଷୟିକ ଦଳ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିଛନ୍ତି । ପ୍ରକାଶ ଥାଉ କି ଧାମନଗର ଥାନା ଅଞ୍ଚଳରେ ମଠ, ମନ୍ଦିର, ଦୋକାନ ଓ ଘରୁ ଚୋରି ବଢ଼ିବାରେ ଲାଗିଛି । ଅସାମାଜିକ କାର୍ଯ୍ୟ କଳାପ ମଧ୍ୟ ବୃଦ୍ଧି ପାଇଛି । ଲୋକମାନେ ଓ ବ୍ୟବସାୟୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଧାମନଗର ଥାନା କେଶ ନମ୍ୱର ୨୮୮/୨୫ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।