ଏମ୍ସିଏଲ୍ ସହ ଜିଲ୍ଲାପ୍ରଶାସନର ଏମ୍ଓୟୁ ସୁଦୃଢ଼ ହେବ ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି
ରାୟଗଡ଼ : ମହାନଦୀ କୋଲ୍ ଫିଲଡ (ଏମ୍ସିଏଲ) ସହିତ ତିନୋଟି ବୁଝାମଣା ପତ୍ର ସ୍ୱାକ୍ଷର କରିଛି ଜିଲ୍ଲା ପ୍ରଶାସନ । ରାୟଗଡ଼ା ଜିଲ୍ଲାପାଳ ପାରୁଲ ପାଟାୱରୀ ଓ ମହାନଦୀ କୋଲଫିଲଡର ପ୍ରବନ୍ଧକ ଶୁଭ୍ରଜ୍ୟୋତି ସାହୁଙ୍କ ମଧ୍ୟରେ ଏହି ସାକ୍ଷାରିତ ହୋଇଛି । କମ୍ପାନୀରେ ସିଏସଆର ପାଣ୍ଠିରେ ବିଦ୍ୟାଞ୍ଜଳି ଯୋଜାନରେ ଜିଲ୍ଲାର ଜନଜାତି ବିଦ୍ୟାଳୟ ମାନଙ୍କରେ ଅନ୍ତେବାସୀଙ୍କ ବିଭିନ୍ନ ସୁବିଧା ଯଥା ଖଟ, ଗଦି ଓ ଆର ଯୋଗାଇଦେବା ନିମନ୍ତେ ୪କୋଟି ୫୦ଲକ୍ଷ ଟଙ୍କାର ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଏହି ଅର୍ଥ ଜିଲ୍ଲାପ୍ରଶାସନ ଜରିଆରେ ଖର୍ଚ୍ଚ କରାଯିବ । ସେହିପରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଡାଏଲିସିସ ୟୁନିଟ କିବିବା ନିମନ୍ତେ ୫୮ଲକ୍ଷ ଟଙ୍କା କମ୍ପାନୀରେ ସିଏସଆର ପାଣ୍ଠିରୁ ଜିଲ୍ଲାପ୍ରଶାସନ ପ୍ରଦାନ କରାଯିବ । ଫଳରେ ସ୍ଥାନୀୟ ରୋଗୀମାନେ ଚିକିସôା ସୁବିଧା ନିକଟରେ ପାଇପାରିବେ । ସେହିପରି ଅନ୍ୟଟି ଜିଲ୍ଲାର ଗର୍ଭବତୀ ମହିଳା ଓ ଶିଶୁ ସ୍ୱାସ୍ଥ୍ୟ ଅବନତି ଏବଂ ଅପବ୍ୟୟକୁ ସମାଧାନ କରିବା ପାଇଁ, ଏକ ବହୁମୁଖୀ ପଦ୍ଧତି ଆବଶ୍ୟକ । ଗର୍ଭାବସ୍ଥା ପୂର୍ବରୁ ଏବଂ ଗର୍ଭାବସ୍ଥାରେ ମହିଳାମାନଙ୍କର ପୁଷ୍ଟିସାର ଉନ୍ନତି, ସ୍ତନ୍ୟପାନକୁ ସମର୍ଥନ କରିବା, ଛୋଟ ପିଲାମାନଙ୍କ ପାଇଁ ଖାଦ୍ୟର ଗୁଣବତ୍ତା ବୃଦ୍ଧି କରିବା ଏବଂ ସେମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ଉପରେ ଧ୍ୟାନ ଦେବା, ଏକକାଳୀନ, ଗୁରୁତର ଭାବରେ ଅପବ୍ୟୟ ହୋଇଥିବା ପିଲାମାନଙ୍କ ପାଇଁ ସମୟୋଚିତ ଏବଂ ଉପଯୁକ୍ତ ଯନô ପ୍ରଦାନ କରିବା ସେମାନଙ୍କ ଜୀବନ ଏବଂ ବିକାଶକୁ ସୁରକ୍ଷିତ ରଖିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜିଲ୍ଲାର କାଶୀପୁର, ପଦ୍ମପୁର ଓ ମୁନିଗୁଡା ବ୍ଲକରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ଅପପୁଷ୍ଟିରେ ଉନ୍ନତି ଆଣିବା ନିମନ୍ତେ କାର୍ଯ୍ୟକ୍ରମକୁ କାର୍ଯ୍ୟ କରିବା ନିମନ୍ତେ ୩କୋଟି ୯୬ଲକ୍ଷ ୨୧ହଜାର ୨୪୫ଟଙ୍କାର କମ୍ପାନୀ ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।