କଳା ବ୍ୟାଚ୍ ପିନ୍ଧି କାର୍ଯ୍ୟ କଲେ ଆଉଟ୍ସୋର୍ସିଂ କର୍ମଚାରୀ
ଯାଜପୁର ଟାଉନ : ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, କୌଣସି କର୍ମଚାରୀଙ୍କୁ ଛଟେଇ ନକରିବା ଓ ସରକାରୀ ଭାବେ ସ୍ଥାୟୀ କରିବା ଆଦି ଦାବିରେ ଆଉଟସୋର୍ସିଂ କର୍ମଚାରୀ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରିଥିଲେ । ସଂଘ ପକ୍ଷରୁ ଚଳିତ ମାସ ୧୭ତାରିଖରୁ ୨୧ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଥିବା ବେଳେ ସୋମବାର ଠାରୁ କର୍ମଚାରୀ ମାନେ କଳାବ୍ୟାଚ୍ ଧାରଣ କରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଯଦି ସଂଘର ଦାବୀକୁ ରାଜ୍ୟସରକାର କର୍ଣ୍ଣପାତ ନକରନ୍ତି ତେବେ ଚଳିତ ମାସ ୨୪ତାରିଖ ଦିନ ସାରା ରାଜ୍ୟର ଆଉଟ୍ସୋର୍ସିଂ କର୍ମଚାରୀ ଭୁବନେଶ୍ୱର ପିଏମଜି ଠାରେ ଏକତି୍ରତ ହୋଇ ଧାରଣା ସହ ବିଭୋଗ ପ୍ରଦର୍ଶନ କରିବେ ବୋଲି ମହାସଂଘ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି ।