ସ୍କାଉଟ୍ସ ଓ ଗାଇଡ୍ସଙ୍କ ତାଲିମ୍ ଶିବିର

 ଜଗତସିଂହପୁର : ଏନ୍ଜେଡବ୍ଲୁର ପ୍ରତିଷ୍ଠାତା ସ୍ୱର୍ଗତ ଅନ୍ତିମ ଦାସଙ୍କ ୩୧ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଜ୍ୟ ପୁରସ୍କାର ସ୍କାଉଟ୍ସ ଏବଂ ଗାଇଡ୍ସ ଙ୍କ ପାଇଁ ଏକ ଦିବସୀୟ ତାଲିମ୍ ଶିବିର ‘ଦୁଃଖୀରାମ ସ୍ୱାଇଁ କଳା ପ୍ରତିଷ୍ଠାନ' ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି  । ଏହି ଅବସରରେ ପ୍ରଥମେ ଫ୍ଲାଗ ସେରେମୋନି ପରେ ପରେ ସ୍କାଉଟ୍ସ ଏବଂ ଗାଇଡ୍ସଙ୍କୁ ନଟିଂ, ଲାସିଂ ଏବଂ ସ୍କାଉଟ ପ୍ରୋମିଜ୍ ପାଇଁ ତାଲିମ୍ ଦିଆଯାଇଥିଲା । ଏହି ତାଲିମ୍ ଶିବିରକୁ ୟୁନିଟ୍ ଲିଡର ବିଜୟ ରଥ ଏବଂ ୟୁନିଟର ଭାରପ୍ରାପ୍ତ ରୋଭର ଲିଡର ଆଶୁତୋଷ ପଣ୍ଡା ପରିଚାଳନା କରିଥିଲେ । ସ୍ୱର୍ଗତ ଅନ୍ତିମ ଦାସଙ୍କ ସ୍ମୃତି ପରିଷଦ ତରଫରୁ ଏକ ସ୍ମୃତି ସଭା ଆୟୋଜନ କରାଯାଇଥିଲା । ମୁଖ୍ୟଅତିଥି ଭାବରେ ଗୌରାଙ୍ଗ ଚରଣ ହୋତା, ମୁଖ୍ୟବକ୍ତା ସୋମନାଥ ମହାରଣା, ସମ୍ମାନିତଅତିଥି ବିଶ୍ୱଜିତ୍ ସ୍ୱାଇଁ, ବିଜୟ କୁମାର ରଥ, ଜଦୁ ନାଥ ଦାସ, ଅତୁଲ ବିକ୍ରମ ପ୍ରଧାନ, ଶରତ ଚନ୍ଦ୍ର ବାରିକ, ଦାମୋଦର ପଣ୍ଡା, ସ୍କାଉଟର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସ୍ମ୍ମୃତିରଞ୍ଜନ ସ୍ୱାଇଁ, ଜିଲ୍ଲା ସଂଗଠନ କମିଶନର ପ୍ରତାପ ଚନ୍ଦ୍ର ରାତରାୟ, ଜିଲ୍ଲା ଟ୍ରେନିଙ୍ଗ କମିଶନର ଗାଇଡ୍ ସସ୍ମିତା ଶତପଥୀ, ବୃନ୍ଦାବନ ରାଉତ, ରାକେଶ ରୋସନ ସାହୁ, ପ୍ରିୟଦର୍ଶିନୀ ଦାସ, ବୀଣା ଦେଇ ପ୍ରମୁଖ ଯୋଗ ଦେଇ ଥିଲେ । ଜିଲ୍ଲା ଟ୍ରେନିଂ କମିଶନର ଅମୂଲ୍ୟ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ପଯଦୁନାଥ ଦାସଙ୍କୁ ଜିଲ୍ଲାରେ ସ୍କାଉଟ୍ସ ଏବଂ ଗାଇଡ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ "ଅନ୍ତିମ କୁମାର ଦାସ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । ସମସ୍ତ ସ୍କାଉଟ୍ ସିନିୟର୍ ରୋଭର ମେଟ୍ ସଂଗ୍ରାମ, କ୍ରାନ୍ତି, ସନ୍ତୋଷ, ଦୀପ୍ତି, ଆଶୁତୋଷ, ସୁଭାସିସ ସୋମ୍ୟାଜିତ, ସିଦ୍ଧାନ୍ତ ସହାୟତାର ହାତ ବଢ଼ାଇ ଥିଲେ ।