ଶ୍ରୀ ରାଧାକୃଷ୍ଣଙ୍କ ଝୁଲଣ ଯାତ୍ରା
ସମ୍ବଲପୁର :ଶ୍ରୀ ବ୍ରହ୍ମପୁରା ମନ୍ଦିରରେ ଶ୍ରୀକୃଷ୍ଣ ରାଧାଙ୍କର ଝୁଲଣ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଯାତ୍ରା ଶ୍ରାବଣ ପୂର୍ଣ୍ଣିମା ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ଏଥି ସହିତ ସହରର ବିଭିନ୍ନ ମନ୍ଦିର ଓ ମଠ ମାନଙ୍କରେ ମଧ୍ୟ ଝୁଲଣ ଯାତ୍ରା ଅନୁଷ୍ଠିତ ହେଉଛି । ରାଧା ମଦନ ଗୋପାଳ ମନ୍ଦିର, ଗୋପାଲଜି ମଠ ରେ ଝୁଲଣ ଯାତ୍ରା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଝାଡୁଆପଡା ରେ ହେଉଥିବା ଯାତ୍ରାର ସମସ୍ତ ଖର୍ଚ୍ଚ ସ୍ୱର୍ଗତ ବଳଭଦ୍ର ସୁପକାରଙ୍କ ଦ୍ୱାରା ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିରକୁ ପ୍ରଦତ୍ତ ଝାଡୁଆପଡ଼ାରେ ଅବସ୍ଥିତ ଘର ଭଡା ରୁ ହୋଇଥାଏ । ଝୁଲଣ ଯାତ୍ରା ଅବସରରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଠାରୁ ୯ ତାରିଖ ପର୍ଯ୍ୟନ୍ତ ପରମ୍ପାରିକ ସଂଚାର ପରିବେଷଣ କାର୍ଯ୍ୟକ୍ରମ ମନ୍ଦିର ପରିସରରେ ଅନୁଷ୍ଠିତ ହେବ । ପ୍ରଥମ ସନ୍ଧ୍ୟାରେ ଝୁଲଣ ଯାତ୍ରା ଦର୍ଶନ ଏବଂ ସଂଚାର କଳା ଦେଖିବା ପାଇଁ ଭକ୍ତଙ୍କ ଗହଳି ହୋଇଥିଲା । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟୀ, ଝାଡୁଆପଡ଼ା ପକ୍ଷରୁ ଏହା ଆୟୋଜିତ ହେଉଛି । ତାଲମେଣ୍ଡାବରଗଡ଼ର ଅଲେଖ ସାହୁ, ବୈତାଲି, ଝାରବନ୍ଧ, ବରଗଡ଼ର ଚକ୍ରପାଣି ସେଠ ଏବଂ ଗଣ୍ଠିଆପାଲି, ବରଗଡ଼ ର ବାସୁଦେବ ପସାୟତ ଓ ସାଥି ସଂଚାର ପରିବେଷଣ ରେ ସାମିଲ ହୋଇଛନ୍ତି ।