ସ୍ୱର୍ଗତ ହରିଶ୍ ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ: ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସ୍କୁଲ ଛାତ୍ରୀ

 ଜୟପୁର : କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରକ୍ଷାବନ୍ଧନ ଉସôବରେ ସାମିଲ ହୋଇଛନ୍ତି । ଜୟପୁର ଅରବିନ୍ଦ ନଗରରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ  ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡା, ସାଂସଦ ବଳଭଦ୍ର ମାଝୀ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୋକୁଳାନନ୍ଦ ମଲ୍ଲିକ, ବିଭୂତି ଭୂଷଣ ଜେନା ଓ ବିଧାୟକ ତାରା ପ୍ରସାଦ ବାହିନୀପତି, ରଘୁରାମ ମାଛ, ରୁପୁ ଭତ୍ରା, ନରସିଂହ ମାଡକାମି, ଗୌରୀ ମାଝୀ, ନରସିଂହ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ସମସ୍ତେ ରାଖୀ ବାନ୍ଧିବାର କାର୍ଯ୍ୟକ୍ରମ ସଂପୂର୍ଣ୍ଣ ନିଆରା ଥିଲା । ସମୃଦ୍ଧ ଓଡିଶା ଗଠନ ଦିଗରେ ଆମ ସରକାର କାର୍ଯ୍ୟ କରୁଛି । ବିକଶିତ ଭାରତ ଗଠନରେ ଓଡିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ସମାଜର ୪ଟି ବର୍ଗର ବ୍ୟକ୍ତିମାନଙ୍କ ପାଇଁ ବିଶେଷ କାମ କରୁଛନ୍ତି । ଓଡିଶାର ଦକ୍ଷିଣାଞ୍ଚଳରେ  ସରକାରଙ୍କ ସମସ୍ତ ଯୋଜନା ପହଞ୍ଚାଇବା ଆମର ଲକ୍ଷ୍ୟ । ଏହା ପରେ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହରିଶ ଚନ୍ଦ୍ର ବାକ୍ସିପାତ୍ରଙ୍କ ନାମରେ ନାମିତ ଉଦ୍ୟାନ ଉଦଘାଟନ ସହ ସ୍ୱର୍ଗତ ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମଚନ କରିଥିଲେ ।