ରାସ୍ତା ଉପରେ ଡ୍ରେନ ପାଣି, ପରିବେଶ ଗନ୍ଧମୟ

 କେନ୍ଦୁଝର : ଗାନ୍ଧୀଛକ ଠାରୁ ମୋଚିବନ୍ଧ ସ୍କୁଲ ରାସ୍ତାରେ ମୁଖ୍ୟ ରାସ୍ତାରେ ଡ୍ରେନ ପାଣି ଯାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଡ୍ରେନର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ, ଡ୍ରେନର ଆବର୍ଜନା ପାଣି ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ପ୍ରବାହିତ ହେଉଛି । ଉକ୍ତ ରାସ୍ତା ଦେଇ ଲୋକମାନେ ଯାତାୟତ କରିବାବେଳେ ଗନ୍ଧରେ ନାକ ଫାଟି ପଡୁଛି । ଦୁର୍ଗନ୍ଧ ହେବା ସହ ମଶା, ମାଛି ବୃଦ୍ଧି ହେଉଛି । ଚାଲି ଚାଲି ଯାଉଥିବା ସ୍କୁଲ ଛାତ୍ରଛାତ୍ରୀ ମଇଳା ପାଣିରେ ଯିବା ଆସିବା କରୁଛନ୍ତି । ଡ୍ରେନ ପାଣି ରାସ୍ତା ଉପରେ ଗଡୁଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଏହାକୁ ନେଇ କେନ୍ଦୁଝଗଡ ପୌରପାଳିକା ଏବଂ ପୂର୍ତ୍ତ ବିଭାଗ ପଦକ୍ଷେପ ନେଉନଥିବାରୁ ଅସନ୍ତୋଷ ଦେଖାଦେଇଥିଲା । ସାମାନ୍ୟ ବର୍ଷା ହେଲେ ଡ୍ରେନ ପାଣି ଚାରିପାଖ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ରାସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନ ନଥିବାରୁ ଏଭଳି ପରିସ୍ଥିତ ଦେଖାଦେଇଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି ।
୨୦ ବର୍ଷ ତଳୁ ଥିବା ଡ୍ରେନ କ୍ରମଶଃ ପୋତି ହୋଇଯାଇଛି । ଏ ନେଇ ସ୍ଥାନୀୟ ଲୋକ ପ୍ରତିବାଦ ପରି ନୂତନ ଡ୍ରେନ ନିର୍ମାଣ କରିବାକୁ ଦାବି କରିଥିଲେ । କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧିକାରୀ ଲଲିତ ନାୟକ ଘଟଣାସ୍ଥଳରେ ଉପସ୍ଥିତ ରହି ପୋତି ହୋଇଥିବା ଡ୍ରେନ ଖୋଳିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଜେସିବି ମେସିନ ଦ୍ୱାରା ପୋତି ହୋଇ ରହିଥିବା ଡ୍ରେନ ଖୋଳା ଯାଇଥିଲା । ୩ ଦିନ ମଧ୍ୟରେ ପୌରପାଳିକା ଏବଂ ତହସିଲ ପକ୍ଷରୁ ଯୁଗ୍ମ ଭାବେ ମାପଚୁପ କରାଯିବା ପରେ ପୂର୍ତ୍ତର୍ ବିଭାଗ ପକ୍ଷରୁ ନୂତନ ଭାବେ ଡ୍ରେନ ନିର୍ମାଣ କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ. ସମ୍ବିତ ମହାନ୍ତି ପ୍ରକାଶ କରିଛନ୍ତି । ସହରର ଅନେକ ଗୁରୁତ୍ୱପୂର୍ଣ୍ଣ ଡ୍ରେନ୍ଗୁଡିକୁ ଉଦେ୍ଦଶ୍ୟମୂଳକ ଭାବେ କେତେକ ବ୍ୟକ୍ତି ବନ୍ଦ କରି ଦେଇଛନ୍ତି । ସେସବୁ ଚିହ୍ନଟ କରି ପୌରପାଳିକା ପକ୍ଷରୁ ନୂତନ ଡ୍ରେନ ନିର୍ମାଣ କରାଯିବ । ସହରର କେତେକ ସ୍ଥାନରେ ଡ୍ରେନ୍ ମଧ୍ୟକୁ ଲଜ୍ ର ପାଇଖାନା ପାଣି ଏବଂ ହୋଟେଲର ଆବର୍ଜନା ପାଣି ବିଶୋଧନ ନ କରି ସିଧାସଳଖ ଡ୍ରେନରେ ଛାଡୁଛନ୍ତି । ଏହାବ୍ୟତିତ ବଡ ବଡ ହୋଟେଲ,ମାର୍କେଟ କଂପ୍ଲେକ୍ସ, ମଲ୍, ଲଜ୍ ନିଜ ନିଜ ଅଳିଆ ଆବର୍ଜନାକୁ ରାସ୍ତାରେ ଆବର୍ଜନା ପକାଉଛନ୍ତି ଯାହାକି ବର୍ଷା ହେଲେ ଡ୍ରେନରେ ମିଶି ଡ୍ରେନ ଜାମ କରୁଛି । ପୌରପାଳିକା ପକ୍ଷରୁ ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ନିର୍ବାହୀ ଅଧିକାରୀ ଲଲିତ ନାୟକ କହିଛନ୍ତି ।