ସନ୍ତୋଷ ରଣା ହତ୍ୟାକାଣ୍ଡର ପର୍ଦ୍ଦାଫାଶ : ୨ ଅଭିଯୁକ୍ତ ଗିରଫ
ନୂଆପଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ତଥା ସିନେ୍ଧକେଲା ଥାନା ଜାମଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ ଜାମପଡ଼ା ଗ୍ରାମର ସନ୍ତୋଷ ରଣା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୁଲିସ । ଜଙ୍ଗଲରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ସନ୍ତୋଷ ରଣାଙ୍କ ମୃତୁ୍ୟ ଘଟିଥିବା ପୁଲିସ ସୂଚନା ଦେଇଛି । ବାର୍ହା ଶିକାର ପାଇଁ ୩ ଜଣ ତାର ବିଛାଇଥିଲେ । ରାତିରେ ସନ୍ତୋଷ ରଣା ଯାଇଥିବା ବେଳେ ବିଦୁ୍ୟତ ସଂସ୍ପର୍ଶରେ ଆସିଯାଇଥିଲା । ତାର ବିଛାଇଥିବା ୨ ଜଣ ଅଭିଯୁକ୍ତ ଜାମପଡ଼ା ଗ୍ରାମର ଖଗପତି ରଣା, ଝିଙ୍କିପଡ଼ା ଗ୍ରାମର ମୁରଲୀ ଖର୍ସେଲ କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ଯଶୋବନ୍ତ ପ୍ରଧାନୀ ସୂଚନା ଦେଇଛନ୍ତି । ଏଥିରେ ସିନ୍ଧକେଲା ଥାନା ଆଇଆଇସି ପିତାମ୍ବର ମଲ୍ଲିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଉଲ୍ଲେଖ ଯେ, ଜାମପଡ଼ା ଗାଁ ନିକଟସ୍ଥ ମଞ୍ଜୁରମୁଡା ଡ଼ଙ୍ଗର ନିକଟରେ ସନ୍ତୋଷ ରଣାଙ୍କ ମୃତ ଦେହ ଠାବ ହୋଇଥିଲା । ଏବଂ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ ।