ଓସ୍ତପୁର ସମିତିରେ ସାର ଅଭାବ
କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ସମବାୟ ସମିତିରେ ସାର ନଥିବାରୁ ସ୍ଥାନୀୟ ଅଂଚଳର ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସମିତିର ସଭାପତି ପ୍ରଦୁ୍ୟମ୍ନ କୁମାର ଜେନା ଜିଲ୍ଲପାଳଙ୍କୁ ଭେଟି ସାର ଯୋଗାଇବା ପଇଁ ଦାବି କରିଛନ୍ତି । ଦାବି ମୁତାବକ ଉକ୍ତ ସମିତିରେ ବହୁ ସଂଖ୍ୟକ ଚାଷୀ ସେମାନଙ୍କ ନାମ ପଞ୍ଜିକରଣ କରି ସାର ନେଇଥାନ୍ତି । କିନ୍ତୁ ଚଳିତ ଖରିଫ ଋତୁ ୨୦୨୫-୨୬ ବର୍ଷରେ ଅଦ୍ୟାବଧି ସମିତିକୁ ଡିଏପି କିମ୍ବା ଗ୍ରୋମର ସାର ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଦିଆଯାଇ ନଥିବାରୁ ଚାଷୀମାନେ ସମିତିରୁ ସର ନପାଇ ନିରାଶ ହୋଇ ଫେରୁଛନ୍ତି ଏଣୁ ତୁରନ୍ତ ସରକରୀ ସାର ଯୋଗାଇ ଦେବାପାଇଁ ଜିଲ୍ଲପାଳଙ୍କ ନିକଟରେ ସଭାପତି ଶ୍ରୀ ଜେନା ଓ ସଂପାଦକ ପ୍ରେମାଞ୍ଜନ ସାହୁଙ୍କ ସମେତ ନିଦେ୍ର୍ଦଶକ ମାନେ ଦାବି କରିଛନ୍ତି ।