ବେପରୁଆ ଗାଡି ଚାଳନା ନେଇ ଜିଲ୍ଲା ଓକିଲ ସଂଘର ଦାବିପତ୍ର 

 ବଲାଙ୍ଗିର : ବଲାଙ୍ଗୀରରେ ନିଶା ସେବନ କରି ବେପରୁଆ ଭାବରେ ଗାଡି ଚାଳନା ତଥା ଟ୍ରାଫିକ୍ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ପୁଲିସ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ସଡକ ଓ ପରିବହନ ବିଭାଗ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ଆଗାମୀ ଦିନରେ ଓକିଲଙ୍କ ଏହି ଦାବି ପୂରଣ ନ ହେଲେ ସଂଘ ପକ୍ଷରୁ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ ମନ୍ତ୍ରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସମେତ ଜିଲ୍ଲାପାଳ, ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ପୃଥକ ଭାବେ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିସହିତ ଜିଲ୍ଲା ଓକିଲ ସଂଘ ସଭାପତି ବାସୁଦେବ ରଥଙ୍କ ନେତୃତ୍ୱରେ ଜିଲ୍ଲା ଓକିଲ ସଂଘ ଏକ ପ୍ରତିନିଧି ଦଳ ବଲାଙ୍ଗୀର ତହସିଲଦାରଙ୍କୁ ସାକ୍ଷାତ ତହସିଲ କର୍ମଚାରୀ ଓ ଓକିଲଙ୍କ ମଧ୍ୟରେ କିପରି ସମନ୍ୱୟ ସ୍ଥାପନ ହୋଇପାରିବ ଏବଂ  ଜମିଜମା ସଂକ୍ରାନ୍ତୀୟ ପାଇଁ ଆସୁଥିବା ଲୋକେ କିପରି ସୁବିଧାରେ କାମ ହାସଲ କରିପାରିବେ ସେ ନେଇ ଆଲୋଚନା ହୋଇଥିଲା ।