ବନମହୋତ୍ସବ ସପ୍ତାହର ଅନୁଚିନ୍ତା

୧୯୫୦ ମସିହାରୁ ପ୍ରତିବର୍ଷ ଜୁଲାଇ ପହିଲାରୁ ସପ୍ତାହବ୍ୟାପୀ  “ବନମହୋତ୍ସବ” ଆମ ଦେଶରେ ପାଳିତ ହୋଇଆସୁଅଛି  ।  ଚଳିତ ବର୍ଷ ଆମେ ପାଳୁଛେ ୭୫ତମ ବନମହୋସôବ ସପ୍ତାହ  । ବନୋମହୋସôବ ପାଳନର ଉଦେ୍ଦଶ୍ୟ ହେଲା ପରିବେଶ ସନ୍ତୁଳନ ରକ୍ଷାପାଇଁ ଲୋକମାନଙ୍କୁ ଗଛଲଗାଇବା ଓ ଏହାର ଯତ୍ନ ନେବାକୁ ସଚେତନ କରାଇବା । ଅନ୍ୟ ଅର୍ଥରେ କହିଲେ ଏହି ଦିବସ ପାଳନ କରିବାର ଉଦେ୍ଦଶ୍ୟ ହେଉଛି ପରିବେଶ ପ୍ରଦୂଷଣର ଭୟଙ୍କାରିତା ସମ୍ବନ୍ଧରେ ପ୍ରତ୍ୟେକ ଦେଶର ଜନସାଧାରଣଙ୍କୁ ସଚେତନ କରିବା ଓ ଏହି ପ୍ରଦୂଷଣର ଦୂରୀକରଣ ପାଇଁ ସର୍ବତ୍ର ଜନସହଯୋଗକୁ ଉସôାହିତ କରିବା  । ପରିବେଶ ପ୍ରଦୂଷଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କରାଣ ହୋଇଛି ।  ମଣିଷଟି-ଗଛଟିଏ ସ୍ଲୋଗାନ ମଧ୍ୟ ଦିଆଯାଉଛି । ପ୍ରତ୍ୟେକ ମଣିଷ ଗଛଟିଏ ଲଗାଇ ତାକୁ ବଞ୍ଚାଇ ରଖିବା ପାଇଁ କୁହାଯାଉଛି । ପ୍ରତିବର୍ଷ ଚାରାରୋପଣ କରାଯାଉଛି । କିନ୍ତୁ କେତେ ବଞ୍ଚୁଛି ତାହାର ହିସାବ କାହା ପାଖରେ ନାହିଁ । ଏମିତି ଆମ ପରିବେଶ ସୁରକ୍ଷା ଚିନ୍ତା ଏହି ଅବସରରେ ଜୁଲାଇ ଏକ ଠାରୁ ସାତ ତାରିଖ ପର୍ଯ୍ୟନ୍ତ ଆମ ଦେଶରେ ଆରମ୍ଭ ହେଉଛି ବନମହୋସôବ ସପ୍ତାହ ।  ଏଠାରେ ସୂଚନା ଯୋଗ୍ୟ ଯେ,    ଉଦ୍ଭିଦ ଓ ପ୍ରାଣୀଜଗତ ଈଶ୍ୱରୀୟ ସୃଷ୍ଟି ଓ ଅନାଦି ଅଟେ । ପ୍ରାଣୀଜଗତର ସ୍ଥିତି, ବିକାଶ ଓ ବିଲୟ ଜଙ୍ଗଲର ଅବସ୍ଥିତି ଉପରେ ନିର୍ଭର କରିଥାଏ । କିନ୍ତୁ ଆଧୁନିକ ସଭ୍ୟତା ଜଙ୍ଗଲ ସମ୍ପଦ ଅବକ୍ଷୟର କାରଣ ହୋଇଛି । ଫଳସ୍ୱରୂପ,  ତାପାୟନ ବଢି ଚାଲିଛି, ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି, ମୃତ୍ତିକା କ୍ଷୟ ବଢିବାରେ ଲାଗିଛି, ବୃଷ୍ଟିପାତ ହ୍ରାସ ପାଉଛି ଓ ଉତ୍ପାଦନ ବ୍ୟାହତ ହେଉଛି ।ଏସବୁ ସତ୍ତ୍ୱେ ପୃଥିବୀ ସମେତ ଆମ ଦେଶ ତଥା ରାଜ୍ୟରେ ପ୍ରତିଦିନ ହଜାର ହଜାର ହେକ୍ଟର ଜଙ୍ଗଲ ଧ୍ୱଂସ ପାଉଛି ।    ପରିଣାମ ସ୍ୱରୂପ,  ତାପାୟନ ବଢି ଚାଲିଛି, ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି, ମୃତ୍ତିକା କ୍ଷୟ ବଢିବାରେ ଲାଗିଛି, ବୃଷ୍ଟିପାତ ହ୍ରାସ ପାଉଛି ଓ ଉତ୍ପାଦନ ବ୍ୟାହତ ହେଉଛି । 
  ସମ୍ପ୍ରତି ପରିବେଶ ପ୍ରଦୂଷଣ,ଅସହନୀୟ ତାପମାତ୍ରା ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ସମଗ୍ର ଜୀବଜଗତପାଇଁ ସତର୍କର ଘଣ୍ଟି ବଜାଇ ସାରିଲାଣି । ପରିଣାମ ସ୍ୱରୂପ, ଋତୁ ଚକ୍ରରେ ମଧ୍ୟ ପରିବର୍ତ୍ତନ ଘଟିଲାଣି । ଛଅ ଋତୁ ଆଜି ସାତ ସପନ । ପୌଷ ଓ ମାଘର ହାଡ ଭଙ୍ଗା ଶୀତ ଆଉ ନାହିଁ । ଶୀତର ପ୍ରଭାବ ଢେର କମି ଗଲାଣି । ଗରମ ପୋଷାକ ଆଗ ଭଳି ଦରକାର ପଡୁନି । ବରଂ ଘରେ ଫ୍ୟାନ୍ର ଆବଶ୍ୟକତା ପଡୁଛି । ଫାଲ୍ଗୁନ-ଚୈତ୍ର ନା ଥାଏ ଖରା ନା ଶୀତ । ମଳୟ ପବନ ସାଥେ ଭାସିଆସେ କୋଇଲିର କୁହୁତାନ । ମୃଦୁ ମଳୟ ପବନ ତନୁମନରେ ଶିହରଣ ଆଣେ । କିନ୍ତୁ ଆଗଭଳି ଶୁଭୁନାହିଁ କୋଇଲିର ସ୍ୱର କି ବହୁନାହିଁ ସୁଲୁସୁଲିଆ ପବନ । ହେମନ୍ତ ଓ ଶରତ ଋତୁର କଥା ନକହିବା ଭଲ । ଗ୍ରୀଷ୍ମଋତୁର ଅବଧି ବଢି ବଢି ·ଲିଛି । କେବଳ ବୈଶାଖ-ଜ୍ୟେଷ୍ଠ ନୁହେଁ ବର୍ଷର ଅନେକ ସମୟରେ ମୁଣ୍ଡଫଟା ଖରା ।  ସବୁଠି ହା-ହୁତାଶମୟ ପରିବେଶ । ଘରେ ଗରମ ତ -ବାହାରେ ଅଗ୍ନିବର୍ଷା  ।  ଅସହନୀୟ ହେଉଛି ଜୀବନ ଯାତ୍ରା । ଆଦ୍ୟ ଆଷାଢ଼ର ପହିଲି ବର୍ଷାର ମହକ ଆଉ ନାହିଁ । ସାରୁ ଗଛମୂଳରୁ ଶୁଭୁନି ବେଙ୍ଗର ରଡି । ଏବେ ମୌସୁମୀର ରହୁନି ଠିକଣା । ଧାରା ଶ୍ରାବଣ ହରାଇ ବସିଛି ତା’ର ପ୍ରାସଙ୍ଗିକତା ।
ଗତ ୨୦୧୬ ମଇ ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଲୀଳାକୁ ଦେଖି ଲାଗୁଥିଲା ଯେପରି ମହାବାତ୍ୟା  ହେଉଛି । କିଛି ବର୍ଷ ପୂର୍ବେ ଭୟଙ୍କର ଭୂମିକମ୍ପ ନେପାଳର ଜନଜୀବନ ଓ ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିବା ବେଳେ  ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ନିର୍ଘାତ ପ୍ରହାରରେ ନେପାଳ ସମେତ ସିକିମ୍, ଭୁଟାନ, ଭାରତ, ପାକିସ୍ତାନ ପର୍ଯ୍ୟନ୍ତ ଏସୀୟ ଭୂଖଣ୍ଡ ଥରିଉଠିଥିଲା  । ହିମାଳୟରେ ବାଦଲଫଟା ବର୍ଷାରୁ ସୃଷ୍ଟ ଉତ୍ତରାଖଣ୍ଡ  ମହାପ୍ରଳୟର କଥା ମନେ ପଡିଲେ ଏବେବି ଲୋମ ଟାଙ୍କୁରି ଉଠେ, ଦୀର୍ଘଶ୍ୱାସ ବାହାରି ଆସେ । ବିଗତ ଦିନରେ ଜାପାନରେ ଘଟିଯାଇଥିବା ଭୂମିକମ୍ପ ଓ ସୁନାମି ପ୍ରକୃତିର କ୍ରୁରତା ଓ ପରିବେଶ ପ୍ରଦୂଷଣ ଭୟାବହତାର ଜ୍ୱଳନ୍ତ ଦୃଷ୍ଟାନ୍ତ । ସେହିପରି ୧୯୯୯ ମସିହାରେ ମହାବିନାଶକାରୀ ମହାବାତ୍ୟା ଓ ୧୯୯୮ର ଅଂଶୁଘାତ ଜନିତ ପରିସ୍ଥିତିକୁ ଆମେ ଭୁଲିପାରିବା ନାହିଁ ।  ଆଗାମୀ ଦିନରେ ପ୍ରକୃତିର ଏହି କ୍ରୁର ରୂପ କିଭଳି ଆକାର ଧାରଣ କରିବ ତାହା ଆମ କଳ୍ପନାର ବାହାରେ । ପ୍ରତି ମୁହୂର୍ତ୍ତରେ ମହାପ୍ରଳୟର ଆଶଙ୍କାରେ ଆମେ ଶଙ୍କିତ ଓ ଅତିଷ୍ଠ । ପରିସ୍ଥିତି ଏପରି ହୋଇଛି ଯେ ସାମାନ୍ୟ ଟିକେ ପବନ ହେଲେ ମହାବାତ୍ୟା ଓ ଲଘୁ·ପ ସୃଷ୍ଟି ହେଲେ ସୁନାମି ଆସିବାର ଆଶଙ୍କା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରୁଛି । ଜଙ୍ଗଲ ଧଂ୍ୱସ ହିଁ ଏହାର ପ୍ରମୁଖ କାରଣ ରୂପେ ଉଭା ହୋଇଛି । 
ବର୍ଷ ବର୍ଷ ଧରି ପ୍ରକୃତି ମାତା ଉପରେ ହୁମ୍ଦୁମ୍ ·ଲିଛି । ମାଆ ଚପଳ ବାଳକର ହୁମ୍ଦୁମ୍ ସମ୍ଭାଳି ନିଏ । କିନ୍ତୁ ଏକବିଂଶ ଶତାବ୍ଦୀର ମଣିଷ ବଡ ହୋଇଛି । ଏହାର ଜ୍ଞାନ ହୋଇଛି । ବିଜ୍ଞାନ ବଳରେ ଜଗତକୁ ଜିଣିବାର ପ୍ରୟାସ ଜାରି ରଖିଛି । କିନ୍ତୁ ଏସବୁ ସତ୍ତ୍ୱେ ସେ ଜାଣି ନ ଜାଣିଲା ପରି ପ୍ରକୃତି ଉପରେ ଅତ୍ୟାଚାର କରି·ଲିଛି । କାରଣ ଖୋଜି ବସିଲେ ପ୍ରକୃତି ବିଶ୍ୱ ମାନବ ସମାଜକୁ ଦେଇଛି ଜଳ, ବାୟୁ, ମୃତ୍ତିକା ଓ ଜଙ୍ଗଲ । ମାତ୍ର ଦ୍ରୁତ ଜନ ବିସ୍ଫୋରଣ, ଶିଳ୍ପ ଅଭିବୃଦ୍ଧି, ସଡକ ନିର୍ମାଣ, ଲୋକଙ୍କ ·ହିଦା ମେଣ୍ଟାଇବା ପାଇଁ ବସତି ନିର୍ମାଣ ପ୍ରଭୁତି ହେତୁ ବ୍ୟାପକ ଜଙ୍ଗଲ କଟା ·ଲିଛି । ଫଳରେ ବାୟୁ ମଣ୍ଡଳରୁ ଅମ୍ଳଜାନ କମି ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ୍ ବୃଦ୍ଧି ପାଇ ବିଶ୍ୱ ତାପମାତ୍ରା ବଢିବାରେ ଲାଗିଛି । ଖାଲି ସେତିକି ନୁହେଁ କଳକାରଖାନାରୁ ନିର୍ଗତ ଗ୍ୟାସ୍ ଏବଂ ଅନ୍ୟାନ୍ୟ ରାସାୟନିକ ପ୍ରକ୍ରିୟା ଓ ପ୍ରତିକ୍ରିୟାରୁ ବାୟୁ, ଜଳ, ମୃିତ୍ତିକା ମଧ୍ୟ ପ୍ରଦୂଷିତ ହେଉଛି । ଅଜ୍ଞାନ ବାଳକ ସିନା ଜାଣି ନ ଥିଲା, ହେଲେ ଏବର ବିଜ୍ଞାନୀପୁଅମାନେ ଭଲଭାବେ ଜାଣିଛନ୍ତି ଯେ ପ୍ରକୃତିମାତା ସୁକୁମାର ଭାବେ ଗଢା । ଯଦି ପୃଥିବୀର ତାପମାତ୍ରା ଆଉ ୩ ଡିଗ୍ରୀ ବଢି ·ଲେ ତାହେଲେ ମେରୁ ନିକଟରେ ଜମା ହୋଇ ଜଳବାୟୁକୁ ନିୟନ୍ତ୍ରଣ କରୁଥିବା ବରଫ ପାହାଡ ସବୁ ତରଳି ଯିବ । ଏପରି ଭାବେ ଯଦି ବରଫ ତରଳେ,  ସମୁଦ୍ର ଜଳ ପତ୍ତନ ଆଉ ୧୫ ଫୁଟ୍ ବଢିଯିବ । ୧୫ ଫୁଟ୍ ତ ଦୂରର କଥା, ଜଳପତ୍ତନ ୩ ରୁ ୫ ଫୁଟ୍ ବଢିଗଲେ ସମଗ୍ର ବିଶ୍ୱ ପ୍ରଳୟରେ ଲୀନ ହେବ  । ବୈଜ୍ଞାନିକଙ୍କ ମତରେ ତାପ ଓ ଶୀତଳତା ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ପାଇଁ ବୃକ୍ଷରାଜି ଓ ବନାନୀ ଏକାନ୍ତ ଆବଶ୍ୟକ । ବର୍ତ୍ତମାନ ଗାଁ ଗଣ୍ଡା ବୃକ୍ଷ ଶୂନ୍ୟ । କାଁ ଭାଁ ଦୁଇ ·ରିଟା ଗଛ ଥିବ କି ନ ଥିବ । ସେଗୁଡିକର ଶାଖା ମଧ୍ୟ କର୍ତ୍ତିତ ।  ସବୁଠୁ ଦୟନୀୟ ଅବସ୍ଥା ପଶୁପକ୍ଷୀଙ୍କର,ଅବସ୍ଥା ନକହିଲେ ଭଲ ।  ପ୍ରତି ବର୍ଷ ବନମହୋସôବ ଆସିଲେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ  ନୂତନ ଜଙ୍ଗଲର ସୃଷ୍ଟି,  ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ଲଣ୍ଡା ପାହାଡରେ ବୃକ୍ଷରୋପଣ, ସହରାଞ୍ଚଳରେ ବନୀକରଣ ଇତ୍ୟାଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ  । କାଗଜ କଲମରେ ସବୁ ସୀମିତ ରହିଥାଏ  । ସାତ ଦିନ ଚାଲିଗଲେ ସତେ ଯେମିତି ଆମ ଦାୟିତ୍ୱ ସରିଯାଏ  । ତାପରେ ଆମେ ଚୁପ୍ଚାପ ବସିଯାଉ ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ  ।  ଏବେ  ଚିନ୍ତା କରିବାର ବେଳେ ଆସିଛି । ବେଳକୁ ବେଳ ପ୍ରକୃତିର ତାଣ୍ଡବ ବଢିବାରେ ଲାଗିଛି । ଯାହାର ପରିଣାମ ପ୍ରତିବର୍ଷ ଆମେ ଭୋଗୁଛେ । ତେଣୁ ପରିବେଶ ସୁରକ୍ଷା ବର୍ତ୍ତମାନ ସମୟରେ ଏକ ବଡ ଆହ୍ୱାନ । ଆମକୁ ମନେରଖିବାକୁ ହେବଯେ, କେବଳ ଆମର ସୁରକ୍ଷା ନୁହେଁ ଉତ୍ତରପିଢିର ସୁରକ୍ଷା ଦାୟିତ୍ୱ ହିଁ ଆମ ଉପରେ ନ୍ୟସ୍ତ । ଏଥିପାଇଁ ସବୁ ସ୍ତରରେ ସଚେତନତା ସୃଷ୍ଟି ହେବା ଦରକାର ।  ପରିବେଶକୁ ଭଲପାଉଥିବା ଓ ଏହାର ସୁରକ୍ଷା ପାଇଁ ଚିନ୍ତା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏକଥା ଜାଣିବା ଜରୁରି । ପ୍ରତ୍ୟେକ ବ୍ୟକ୍ତି ଗଛଟିଏ ଲଗାଇ ତାକୁ ବଞ୍ଚାଇରଖି ବଡ ଗଛରେ ପରିଣତ କରିପାରିଲେ ତାହାହିଁ ଆମର ପ୍ରକୃତ ଲକ୍ଷ୍ୟ ପୂରଣ କରିପାରିବ । ତାହାନହେଲେ କେବଳ  ବନମହୋତ୍ସବ ପାଳନ କରିଦେଲେ ସମସ୍ୟାର ସମାଧାନ ହେବନାହିଁ । 
 ହିମାଂଶୁ ଶେଖର ଆ·ର୍ଯ୍ୟ                                                                                                        
      ଜଗତସିଂହପୁର
ମୋ-୯୩୩୭୨୨୧୯୨୪