ଏଫ୍‌ଏମ୍‌ କଲେଜରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ଖୋଳତାଡ଼

ଏଫ୍ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ସପ୍ତାହେ ବିତିଲାଣି । ୟୁଜିସି, ଉଚ୍ଚଶିକ୍ଷା ବିଭାଗ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ପୃଥକ ଭାବେ ୩ଟି ଟିମ୍ ଦ୍ବିତୀୟ ଦିନରେ ମଧ୍ୟ ତଦନ୍ତ କରିଛନ୍ତି । ଏହି ୨ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିସାରିଥିବା ଜଣାପଡିଛି । ଆଜି କଲେଜ ଯାଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ବର୍ତ୍ତମାନ ଓ ପୂର୍ବତନ ଛାତ୍ର ମାନଙ୍କୁ ପଚରାଉଚରା ଜାରି ରହିଛି । ଘଟଣାକୁ ନେଇ ଆଇସିସି କମିଟି ସଦସ୍ୟ ମାନଙ୍କୁ ନିଲମ୍ବିତ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି । ମୃତ ଛାତ୍ରୀ ଇଣ୍ଟିଗ୍ରେଟେଡ ବିଏଡ଼ ବିଭାଗର ହୋଇଥିବାରୁ ୟୁଜିସି ଫ୍ୟାକ୍ଟ୍‌ ଫାଇଣ୍ଡିଂ ଟିମ୍ କଲେଜର ଇଷ୍ଟ୍‌ କ୍ୟାମ୍ପସକୁ ଯାଇ ବିଭାଗୀୟ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଛନ୍ତି । ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗର ଟିମ୍ ମଧ୍ୟ ଆଇସିସି କମିଟି ସଦସ୍ୟ ମାନଙ୍କୁ ଝାଳବୁହା ଜେରା କରିଛନ୍ତି ।