ସୌମ୍ୟାଶ୍ରୀଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

  ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲା ସଭାପତି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ନେତୃତ୍ୱରେ ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତୁ୍ୟ ଘଟଣାକୁ ନେଇ ଏକ ଶୋକସଭା ଏବଂ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ନବରଙ୍ଗପୁର ସହର ସମେତ ବିଭିନ୍ନ ବ୍ଲକ୍ର ବହୁ ବିଜେଡି ନେତା, ନେତ୍ରୀ ଏବଂ କର୍ମୀ ଯୋଗ ଦେଇଥିଲେ । ଶୋଭାଯାତ୍ରା ସ୍ଥାନୀୟ  ଶ୍ରୀରାମ ମନ୍ଦିର ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି ଘଟଣାର ଦୃଢ଼ ନିନ୍ଦା କରାଯିବା ସହ ପୀଡ଼ିତା ତଥା ତାଙ୍କ ପରିବାରକୁ ଉଚିତ୍ ନ୍ୟାୟ ଦେଇ ଦୋଷୀଙ୍କୁ ଅତିଶୀଘ୍ର କୋଠରରୁ କୋଠର ଦଣ୍ଡ ଦେବାକୁ ଦାବି କରାଯାଇଛି । ଏହି ଶୋଭାଯାତ୍ରାରେ  ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା ପରିଷଦ ସଦସ୍ୟ ଅରୁଣ କୁମାର ମିଶ୍ର, କାଉନ୍ସିଲର ନଗେନ୍ଦ୍ର ପ୍ରସାଦ ପଟ୍ଟନାୟକ, କାଉନସିଲର ଅଲେଖ ସୌରା, ପୁରୁଷୋତ୍ତମ ହରିଜନ, ପି.କେଶବ ରାଜୁ, ଅଭିଭକ୍ତ କୋରାପୁଟ ଜିଲ୍ଲା ଯୁବ ବିଜେଡ଼ି ସଭାପତି ତାପସ ତ୍ରିପାଠୀ, ରାଜ୍ୟ ଛାତ୍ରଜନତା ଦଳର କାର୍ଯ୍ୟକାରିଣୀ ସଭାପତି ଦିଲ୍ଲୀ ପଣ୍ଡା, ଜିଲ୍ଲା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀ, ବିଜେଡି ନେତା ବାବୁଲି ମିଶ୍ର, ବରିଷ୍ଠ ବିଜେଡି ମହିଳା ନେତ୍ରୀ କୌଶଲ୍ୟା ପ୍ରଧାନୀ, ପ୍ରଣତୀ ତ୍ରିପାଠୀ, ବବିତା ସାହୁ, ପୌର ପରିଷଦ ୯ନମ୍ବର ୱାର୍ଡ ସଭାପତି ଦୁର୍ଗା ତ୍ରିପାଠୀ,  ଉତ୍ତମ ତ୍ରିପାଠୀ, ସୁମିତ ପାଳ,  ନଗର ସଭାପତି ପ୍ରମୋଦ କୁମାର ରଥ, ନରସିଂହ ବେହେରା, କୁନା ପାଢ଼ୀ, ସୁମିତ ପୂଜାରୀ, ନନ୍ଦ ହରିଜନ, ଯୁବ ନେତା ସୁମିତ ପୂଜାରୀ ଆଶିଷ ରଞ୍ଜନ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ବିଜେଡି ନେତା ଏବଂ କର୍ମୀ ଉପସ୍ଥିତ ଥିଲେ ।