ରୋଟାରୀ କ୍ଲବର ଅଧିଷ୍ଠାନ ସମାରୋହ
ସମ୍ବଲପୁର : ସମ୍ବଲପୁରର ରୋଟାରୀ କ୍ଲବ ଗ୍ରେଟର ପକ୍ଷରୁ ଅନୁଷ୍ଠିତ ୨୭ତମ ଅଧିଷ୍ଠାନ ସମାରୋହରେ ନୂତନ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ରୋଟାରୀ ବର୍ଷ ୨୦୨୫-୨୬ ପାଇଁ ଦାୟିତ୍ୱ ଗ୍ରହଣ କରିଥିଲେ । ଏଥିରେ ରାଜୀବ ଜୈନ ଅଧ୍ୟକ୍ଷ, ସଞ୍ଜୟ ମିତ୍ତଲ୍ ସଚିବ ଏବଂ ଲିପିକା ଦାସ କୋଷାଧ୍ୟକ୍ଷ, ନିଦେ୍ର୍ଦଶକ ବୋର୍ଡ ସଦସ୍ୟ ମଧ୍ୟ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଗଭର୍ଣ୍ଣର ଅନିତ ଜୟସ୍ୱାଲ ମୁଖ୍ୟଅତିଥି, ଫର୍ଷ୍ଟ ଲେଡି ପଲ୍ଲବୀ ଜୟସ୍ୱାଲ, ପୂର୍ବତନ ଅଧ୍ୟକ୍ଷ ଏମ ପର୍ୱେଜ୍ ଅଲି ଖାନ୍ ଓ ନିତିନ ଭଭସାର, ଶିବ ପ୍ରସାଦ ପାଢୀ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ । ପୂର୍ବତନ ଅଧ୍ୟକ୍ଷ ବିଲାଲ୍ ମଲ୍ଲିକ ଓ ସଚିବ ପୂର୍ବ ବର୍ଷର ସମସ୍ତ ପ୍ରକଳ୍ପ ଓ ସେବା କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ବଲପୁର ଓ ବୁର୍ଲାର ସମସ୍ତ ରୋଟାରି କ୍ଲବ ସମୂହର ପ୍ରତିନିଧି ଯୋଗ ଦେଇଥିଲେ ।