ହସ୍ପିଟାଲରେ ରୋଗୀ ମୃତ୍ୟୁ ଘଟଣା: କଲେଜ ଅଧୀକ୍ଷକଙ୍କୁ ଭେଟିଲା ବିଜେଡି ଟିମ୍‌

କୋରାପୁଟ : ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଇସିୟୁରେ ମଙ୍ଗଳବାର ୬ ରୋଗୀଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଶନିବାର ଜିଲା ବିଜେଡି ଟିମ୍‌ ଜିଲା ସଭପତି ଝିନ ହିକ୍‌କାଙ୍କ ନେତୃତ୍ୱରେ ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ପୂର୍ବତନ ପଟାଙ୍ଗୀ ପ୍ରୀତମ ପାଢ଼ୀ, ପୂର୍ବତନ କୋରାପୁଟ ବିଧାୟକ ରଘୁରାମ ପଡାଲ, ପୂର୍ବତନ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ଦଳର ପୂର୍ବତନ ଏମ୍‌ପି ପ୍ରାର୍ଥିନୀ କୌଶଲ୍ୟା ହିକ୍‌କା ମେଡିକାଲ କଲେଜ ଅଧୀକ୍ଷକ ଡ. ସୁଶାନ୍ତ ସାହୁଙ୍କୁ ଭେଟି ଘଟଣା ସମ୍ପର୍କରେ ବୁଝିବା ସହ ବର୍ତ୍ତମାନ ତଦନ୍ତ ଅଗ୍ରଗତି ଉପରେ ଜାଣିବାକୁ ଚାହିଁଥିଲେ । ରୋଗୀଙ୍କ ଚିକିତ୍ସା ଉପରେ ଗୁରୁତ୍ୱ ଦେବା ସହ ରୋଗୀ କିପରି ଉତ୍ତମ ସେବା ପାଇପାରିବ ସେଥିପାଇଁ କର୍ତ୍ତ୍ୟପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏହା ପରେ ମୃତକଙ୍କ ପରିବାରଙ୍କୁ ମଧ୍ୟ ଭେଟି ଥିଲେ । ଅପରପକ୍ଷେ ଉକ୍ତ ଘଟଣାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଡକ୍ଟର ଓ ନର୍ସଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିବା ବେଳେ ବର୍ତ୍ତମାନ ଡିଏମଇଇଟିର ଦୁଇଟି ଟିମ୍‌ ଦ୍ୱାରା ଚାଲିଥିବା ତଦନ୍ତକୁ ଏହା ପ୍ରଭାବିତ କରିବା ନେଇ ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।