ଘର ହିଁ ସ୍କୁଲ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚମ ସୋପାନ
ନବରଙ୍ଗପୁର: ସରସ୍ୱତୀ ଶିଶୁ ବାଟିକା କଦମ୍ ପଡା ଠାରେ ଘରହିଁ ବିଦ୍ୟାଳୟ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚମ ସୋପାନ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଅଭିଭାବିକା ଉପସ୍ଥିତ ରହି ଜୀବନର ଘନିଷ୍ଠତମ ଅନୁଭବ ଆଧାରିତ ବିଭିନ୍ନ କାଳାଂଶ ଗୁଡିକରେ ପ୍ରତ୍ୟକ୍ଷ ଭାବରେ ଅଂଶ ଗ୍ରହଣ କରିଥିଲେ । ଗୁରୁଜୀ ସୁଜିତ ପଟ୍ଟନାୟକ, ଗୁରୁମା ସୈଭାଗିନୀ ମିଶ୍ର, ଭାରତୀ ଠାକୁର, ସଂଘମିତ୍ରା ନାୟକ କାଳଂଶ ଗୁଡକୁ ନେଇଥିଲେ । କାଳାଂଶ ଶେଷରେ ଶିଶୁ ବାଟିକା ପ୍ରମୁଖ ବିଦୁ୍ୟତ ରେଖା କର ବିଭିନ୍ନ ସୂଚନା ପ୍ରଦାନ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ସହଯୋଗରେ ସଫଳତାର ସହିତ ସମାପନ ହୋଇଛି ।