ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
କଟକ : ରାଜ୍ୟର ସର୍ବ ପୁରାତନ ବାଳିକା ଶିକ୍ଷାନୁଷ୍ଠାନ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ପୁନଃ ଉନ୍ନତିକରଣ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପ୍ରକଳ୍ପର ଶିଳ୍ୟାନ୍ୟାସ କରି କହିଲେ, ନାରୀ ଶିକ୍ଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ରେଭେନ୍ସା ବାଳିକା ବିଦ୍ୟାଳୟର ଅତୁଳନୀୟ ଅବଦାନ ରହିଛି । ନାରୀ ଶିକ୍ଷା କ୍ଷେତ୍ରରେ ଏହି ବିଦ୍ୟାଳୟ ଏକ ମାଇଲିଖୁଣ୍ଟ ବୋଲି ରାଷ୍ଟ୍ରପତି ମତବ୍ୟକ୍ତ କରିଥିଲେ । କେନ୍ଦ୍ର ସରକାର ଏହି ରେଭେନ୍ସା ବାଳିକା ବିଦ୍ୟାଳୟ ଉନ୍ନତିକରଣ ପାଇଁ ୯୦କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ସୂଚନାଯୋଗ୍ୟ, ୧୮୭୩ ମସିହାରେ ଉକôଳ ଗୌରବ ମଧୁସୂଦନ ଦାସଙ୍କର ପ୍ରଚେଷ୍ଟାରେ ଏହି ବାଳିକା ବିଦ୍ୟାଳୟ ଗଢ଼ି ଉଠିଥିଲା । ୧୯୯୯ ମସିହା ମହାବାତ୍ୟାରେ ଏହି ବାଳିକା ବିଦ୍ୟାଳୟ ଭାଙ୍ଗିରୁଜି ଯାଇଥିଲା । ପରବର୍ତ୍ତୀ କାଳରେ ଟାଇମିସ ଅଫ ଇଣ୍ଡିଆ ରିଲିଫ ଫାଣ୍ଡିରୁ ୮୦ଲକ୍ଷ ଟଙ୍କା ବ୍ୟୟରେ ରେଭେନ୍ସା ବାଳିକା ବିଦ୍ୟାଳୟର ନୂତନ କୋଠା ନିର୍ମାଣ କରାଯାଇଥିଲା । ୨୦୦୨ ମସିହା ମେ ମାସ୨ ତାରିଖ ଦିନ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଭାବରେ ଗଢ଼ି ଉଠିଥିବା କୋଠାକୁ ଉଦଘାଟନ କରିଥିଲେ । ଆଜି ମଂଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ବିଦ୍ୟାଳୟର ପୁନଃ ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ।