ଫୁଟବଲ ପ୍ରତିଯୋଗିତା 

 ଅନୁଗୁଳ :  ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ବିକାଶ ମେଳାର ଅଂଶ ଭାବରେ ଫୁଟୁବଲ ପ୍ରତିଯୋଗିତା ସ୍ଥାନୀୟ ପୁଲିସ ଟ୍ରେନିଂ କଲେଜ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଗୋଳ,ତାଳଚେର, ପାଳଲହଡା ଓ ଆଠମଲ୍ଲିକ ଉପଖଣ୍ଡ କ୍ରୀଡା ସଂସଦର ଫୁଟବଲ ଦଳ ଭାଗ ନେଇଥିଲେ । ଫାଇନାଲ୍ରେ ଟାଇବ୍ରେକର ପଦ୍ଧତିରେ ୪-୨ ଗୋଲରେ ତାଳଚେର ଦଳକୁ ପରାସ୍ତ କରି ଆଠମଲ୍ଲିକ ଚାମ୍ପିଅନ ହୋଇଥିଲା । ଉକ୍ତ ଖେଳରେ ଅନୁଗୋଳ କ୍ରୀଡା ସଂସଦର ସମ୍ପାଦକ ଡ.ଗୌର ଗୋବିନ୍ଦ ସାମନ୍ତ ଏବଂ ଜିଲ୍ଲା କ୍ରୀଡା ଅଧୂକାରୀ ଅକ୍ଷୟ କୁମାର ସେଠ ଅତିଥି ଭାବେ ଯୋଗଦାନ କରି ଖେଳକୁ ଊଦଘାଟନ କରିଥିଲେ । ଅନୁଗୋଳ କ୍ରୀଡା ସଂସଦର କର୍ମକର୍ତ୍ତା ବସନ୍ତ କୁମାର ଦାସ, ରମେଶ ଚନ୍ଦ୍ର ସାହୁ, ରୁଚିର କୁମାର ଦାସ, ପ୍ରଦୀପ କୁମାର ଦେବତା,  ଅଭୟ କୁମାର ନାଏକ, ନରେନ୍ଦ୍ର କୁମାର ଭୁକ୍ତା, ନିଳମଣୀ ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।