ଅଗଷ୍ଟ ୨ରେ ଶିିଶୁ ପ୍ରତିଭା ମହୋସବ

 ପୁରୀ : ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ସମ୍ବାଦଭିତ୍ତିକ ଖବର କାଗଜ ଶିଶୁ ସମାଚାରର ଅଷ୍ଟାଦଶ ସ୍ୱନକ୍ଷତ୍ର ଉସôବ ଓ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା-୨୦୨୫ ମହୋସôବ ଅଗଷ୍ଟ ୨ ତାରିଖରେ ଅନୁଷ୍ଠିତ ହେବ । ଏହି ମହୋସôବର ଅବ୍ୟବହିତ ପୂର୍ବରୁ ଶିଶୁ ପ୍ରତିଭା ସମ୍ମାନ ମହୋସôବ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଭକ୍ତ ସାଲବେଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଉସôବ କମିଟି ଅଧ୍ୟକ୍ଷ ସିଦ୍ଧାର୍ଥ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଶିଶୁ ସମାଚାରର ସଂପାଦକ ସୁକାନ୍ତ ପଣ୍ଡା ମହୋସôବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୬୦୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଭାଗ ନେବେ ବୋଲି ସୂଚନା ଦେଇଥିଲେ । ଚଳିତ ବର୍ଷ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଶିଶୁ ସାହିତି୍ୟକ ତଥା କେନ୍ଦ୍ର ବାଲ୍ ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ସାହିତି୍ୟକ ରାଜକିଶୋର ପାଢୀଙ୍କୁ ଶିଶୁ ସମାଚାର ସାରସ୍ୱତ ସମ୍ମାନ, ସାଦ୍ୟାନ୍ତା ଶତପଥୀଙ୍କୁ ଶିଶୁ ସମାଚାର ପ୍ରତିଭା ସମ୍ମାନ, ହୃଦରୋଗ ବିଶେଷଜ୍ଞ ଡ଼ା. ପ୍ରଭାର କୁମାର ଦାସଙ୍କୁ ଶିଶୁ ସମାଚାର ସ୍ୱାସ୍ଥ୍ୟ ସମ୍ମାନ, କୋଣାର୍କ ହାଇସ୍କୁଲକୁ ଶିଶୁ ସମାଚାର ସବୁଜ ବିଦ୍ୟାଳୟ ସମ୍ମାନ-୨୦୨୫ରେ ସମ୍ମାନିତ କରାଯିବ ବୋଲି ଶିଶୁ ସମାଚାର ପରିଚାଳନା କମିଟୀ ଉପଦେଷ୍ଟା ଚକ୍ରଧର ମହାପାତ୍ର ସୂଚନା ଦେଇଥିଲେ ।