ଧର୍ମେନ୍ଦ୍ରଙ୍କୁ "କଳିଙ୍ଗ ରନô ସମ୍ମାନ'
କଟକ : ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମଠାରେ ସାରଳା ସାହିତ୍ୟ ସଂସଦର ୪୫ତମ ବାର୍ଷିକ ଉସôବ ଏବଂ ଆଦିକବି ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଉସôବ ଅନୁଷ୍ଠିତ ହୋଇଯାଇଛି । ଉସôବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ “କଳିଙ୍ଗ ରନô ପୁରସ୍କାର ୨୦୨୪” ସମ୍ମାନ ପ୍ରଦାନ କରିଥିଲେ । ଏହାଛଡ଼ା ନାଟ୍ୟକାର ଡ ବିଜୟ ନାୟକଙ୍କୁ ଚଳିତ ବର୍ଷର ସାରଳା ସାହିତ୍ୟ ସମ୍ମାନରେ ସମ୍ମାନୀତ କରିଥିଲେ । ରାଷ୍ଟ୍ରପତି ଆଦିକବି ସାରଳା ଦାସଙ୍କ ପ୍ରତି ଏହି ଅବସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେ କହିଛନ୍ତି, ଆଦିକବି ସାରଳା ଦାସ ମହାଭାରତ ରଚନା କରି ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଏହି ମହାନ କବିଙ୍କ ଜନ୍ମବାର୍ଷିକୀ ପାଳନ ଏବଂ ବିଭିନ୍ନ ସାହିତି୍ୟକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସେ ସାରଳା ସାହିତ୍ୟ ସଂସଦକୁ ପ୍ରଶଂସା କରିଥିଲେ । ଉସôବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଲେ, ଓଡ଼ିଆ ଭାଷା ହେଉଛି ବହୁ ପ୍ରାଚୀନ । ଆଜିଠାରୁ ୬୦୦ବର୍ଷ ପୂର୍ବେ ସାରଳା ଦାସ ମହାଭାରତ ଲେଖି ଭାଷା ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ରାଜ୍ୟପାଳ ଡ ହରିବାବୁ କମ୍ବମପଟି କହିଲେ, ଓଡ଼ିଆ ସାହିତ୍ୟ ପ୍ରତି ସାରଳା ଦାସଙ୍କ ଅବଦାନ ଅତୁଳନୀୟ । ଯାହା ଫଳରେ ଏବେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ସମ୍ବର୍ଦ୍ଧନାର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଆ ଭାଷା ବହୁ ପ୍ରାଚୀନ । ଆଜିଠାରୁ ୬୦୦ ବର୍ଷ ପୂର୍ବେ ଆଦିକବି ସାରଳା ଦାସ ଓଡ଼ିଆ ଭାଷାକୁ ସମୃଦ୍ଧ କରିଛନ୍ତି । ଏହାର ପ୍ରମାଣ ଦେଶବିଦେଶରେ ରହିଛି । ଜାତୀୟ ଶିକ୍ଷାନୀତିରେ ମାତୃଭାଷାକୁ ଗୁରୁତ୍ୱ ଦିଆଯାଇଛି । ଯାହା ଫଳରେ ପ୍ରଥମ ଶ୍ରେଣୀରୁ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ଶିକ୍ଷାଲାଭ କରିବେ । ଫଳରେ ପ୍ରଥମରୁ ଆମ ପିଲାମାନେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣି ପାରିବେ ବୋଲି ପ୍ରଧାନ ମତ ରଖିଥିଲେ ।