ସାହାଣୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନ :କେନ୍ଦୁଝରରେ ସୁନ୍ଦରଗଡ଼ ଓ ବାଲେଶ୍ୱର ବିଜୟୀ

 କେନ୍ଦୁଝର : କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ୬୪ତମ ସାହାଣୀ କପ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ଦୁଇଟି ମ୍ୟାଚ୍ ହୋଇଛି । ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ସୁବର୍ଣ୍ଣପୁର ବିପକ୍ଷରେ ୨-୦ ଗୋଲରେ ଏକ ସହଜସାଧ୍ୟ ବିଜୟ ଲାଭ କରି ପୁରା ପଏଣ୍ଟ ହାସଲ କରିଛି । ସେହିପରି ଦ୍ୱିତୀୟ ଖେଳରେ ବାଲେଶ୍ୱର ଢେଙ୍କାନାଳ ବିପକ୍ଷରେ ୪-୦ ଗୋଲରେ ଏକ ତରଫା ବିଜୟ ଲାଭ କରି ପୁରା ପଏଣ୍ଟ ହାସଲ କରିଛି । ଆଜିର ଅତିଥି ଭାବେ କେନ୍ଦୁଝର ପୌରପାଳିକାର ନଗରପାଳ ନିକୁ ସାହୁ, ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ ଏବଂ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟ ସଂଯୋଜକ ଗଣେଶ୍ୱର ମହାନ୍ତ, ଜିଲ୍ଲା କ୍ରୀଡା ସଂସ୍ଥା ଉପ ସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକ,ସାଧାରଣ ସମ୍ପାଦକ ଡ. ଜନାର୍ଦ୍ଦନ ଦାଶ, ଯୁଗ୍ମ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, ରବୀନ୍ଦ୍ର ପାଢ଼ୀ, କୋଷାଧକ୍ଷ ସରୋଜ ରଣା, କାଉନସିଲ ସଦସ୍ୟଙ୍କ ସମେତ ଅନ୍ୟମାନେ ମଞ୍ଚାସୀନ ଥିଲେ ।