ସଂସଦଙ୍କୁ ଭେଟିଲା ରେଳ ଉପଭୋକ୍ତା ସଂଘ
ବଲାଙ୍ଗିର: ରେଳ ଉପଭୋକ୍ତା ସଂଘ ଲୋକସଭା ସାଂସଦ ସଂଗିତା କୁମାରୀ ସିଂଦେଓଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛି । ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ଭୁବନେଶ୍ୱରକୁ ପ୍ରତିଦିନ ଯିବା ଆସିବା କରିବା ପରି ଏକ ସକାଳୁଆ ଟ୍ରେନ ଚଳାଚଳ ପାଇଁ ଅନୁରୋଧ କରିଥିଲେ । ଷ୍ଟେସନରେ ୫ମ ରେଳ ଲାଇନ, ଚତୁର୍ଥ ପ୍ଲାର୍ଟଫର୍ମର ନିର୍ମାଣ, ଚତୁର୍ଥ ପ୍ଲାର୍ଟଫର୍ମକୁ ଯିବା ପାଇଁ ତୃତୀୟ ପ୍ଲାର୍ଟଫର୍ମରେ ଲିଫ୍ଟ ସୁବିଧା, ୧ନମ୍ବର ପ୍ଲାର୍ଟଫର୍ମରେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଏବଂ ରୋଗୀମାନଙ୍କ ଯାତାୟତ କରିବା ପାଇଁ ର୍ୟାମ୍ପର ସୁବିଧା ସର୍ବୋପରି ଦିଲ୍ଲୀ ବା ପ୍ରୟାଗରାଜ ଓ ୱାଲଟିୟରକୁ ସିଧାସଳଖ ଟ୍ରେନ ଯୋଗାଯୋଗ ପାଇଁ ପିଆଇଟି ଲାଇନର ସୁବିଧା କରିବା ଆଦି ସ୍ମାରକପତ୍ରରେ ଉଲ୍ଲେଖ ରହିଛି । ସାଂସଦ ସମସ୍ତଙ୍କ କଥା ଶୁଣି ପତ୍ର ପଢି ଚେଷ୍ଟା କରିବି ବୋଲି କହିଥିଲେ ଓ ବଲାଙ୍ଗିରରୁ ନୂଆପଡା ରେଳପଥର ନିର୍ମାଣ ପାଇଁ ଜୋର ଦେବେ ବୋଲି ମତ ରଖିଥିଲେ । ଆଲୋଚନାରେ ରେଳ ଉପଭୋକ୍ତା ସଂଘର ସଂପାଦକ ବିମଲ ଚକ୍ରବର୍ତ୍ତୀ, ଉପ-ସଭାପତି ଅନନ୍ତ ବିଶୋଇ, କାର୍ଯ୍ୟକାରୀ ସଭ୍ୟ ଗୋପବନ୍ଧୁ ପୁରୋହିତ, ଶିବ ନାରାୟଣ ରଥ, ଦିବାକର ହୋତା ଓ ଋତୁରାଜ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।