ପୁରସ୍କାର ବିତରଣ ଉତ୍ସବ

ତାଳଚେର : ରାଜ୍ୟରେ ପ୍ରସିଦ୍ଧ ଲାଭ କରିଥିବା ତାଳଚେର ଗଣେଶ ପୂଜାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦେଉଳବେଡା କୋଲିୟରୀ ସ୍ଥିତ ଡିସିଆଇ ହଲ୍ ଠାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢ଼େଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ତାଳଚେର ପ୍ରସିଦ୍ଧ ଗଣେଶ ପୂଜାର ଐତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ । କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ଉପଜିଲ୍ଲାପାଳ ସମୀର କୁମାର ଜେନା(ଆଇଏଏସ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଳଚେର ଗଣେଷ  ପୂଜାର ମୂର୍ତ୍ତି, ସାଜସଜା, ଭସାଣି, ଶୃଙ୍ଖଳା ସ୍ୱଚ୍ଛତା ଭଳି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପୂଜା କମିଟିଗୁଡିକୁ ପୁରସ୍କୃତ କରାଯାଇଥିବବେଳେ ପୂଜା କରୁଥିବା ସମସ୍ତ କମିଟିକୁ ଅଗ୍ରପୂଜା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉପସଭାପତି ଡଃ ରଶ୍ମି ରଂଜନ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ସାଧାରଣ ସଂପାଦକ ଦିଲ୍ଲୀପ କୁମାର ପାଣି ବିବରଣୀ ପାଠ, ଅନ୍ୟତମ ଉପସଭାପତି ପ୍ରକାଶ ମହାରଣା ଓ କୋଷାଧ୍ୟକ୍ଷ ରଣଜିତ ମହାପାତ୍ର ପୁରସ୍କାର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଏସଡିପିଓ ତଥା କେନ୍ଦ୍ରୀୟ ପୂଜା କମିଟିର କାର୍ଯ୍ୟକାରୀ ସଭାପତି ଭରତ ଚନ୍ଦ୍ର ସାହୁ,  ସହସଂପାଦକ ସୌଭାଗ୍ୟ ମହାରଣା, ଅଡିଟର ଅଶୋକ ଶତପଥୀ, ମିଡିଆ ସଂଯୋଜକ ତପନ କୁମାର ମହାରଣା, ଉପଦେଷ୍ଟା ଦେବୀ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ପୂର୍ବତନ ନଗରପାଳ କେଶବ ଭୂତିଆ ଓ ଇଂ ରମେଶ ବେହେରାଙ୍କ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଶେଷରେ ସହ ସଂପାଦକ ମାନସ ରଞ୍ଜନ ବାଇ ଧନ୍ୟବାଦ ଅର୍ପଣ କରିଥିଲେ ।