ମାଟିତଳୁ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର

 ସାଲେପୁର : ଗୋରୁ ଗୁହାଳ ପାଇଁ ନିଅଁ ଖୋଳାଯାଉଥିବାବେଳେ ମାଟି ତଳୁ ଉଦ୍ଧାର ହେଲା ୧ଫୁଟ ଉଚ୍ଚତାର ୬ଟି ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି । ଖବର ପ୍ରଚାରିତ ହେବାପରେ ଘଟଣାସ୍ଥଳରେ ଜନସମାଗମ ହୋଇଥିଲା । ଏ ଘଟଣା ଦେଖିବାକୁ ମିଳିଛି ସାଲେପୁର ବ୍ଲକ୍ର ରାଇସୁଙ୍ଗୁଡ଼ା ପଞ୍ଚାୟତର କୁସମ୍ବୀର ରାଉତସାହି ଠାରେ । କÿୁସମ୍ବୀର ମନ୍ଦରଧର ସାହୁଙ୍କର ଘର ପଛପଟେ ଏକ ଗୁହାଳ ନିର୍ମାଣ ପାଇଁ ନିଅଁ ଖୋଳାଯାଉଥିଲା । ଏହି ସମୟରେ ବହୁ ପୁରାତନ ଅଷ୍ଟଧାତୁ ନିର୍ମିତ ୬ାଟି ବିରଳ ମୂର୍ତ୍ତି ଉଦ୍ଧାର କରାଯାଇଛି । ମୂର୍ତ୍ତିକୁ ମାଟି ତଳୁ ଉଦ୍ଧାର କରାଯାଇ ମନ୍ଦରଧର ସାହୁଙ୍କ ପରିବାର ଲୋକ ତାଙ୍କ ଘରେ ରଖି ପୂଜାର୍ଚ୍ଚନା କରୁଛନ୍ତି । ମୋଗଲ ସାମ୍ରାଜ୍ୟ ସମୟରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଯାଉଥିବାବେଳେ ସେହି ସମୟରେ ସେଠାରେ ଥିବା ମଠର ମଠାଧିଶମାନେ ଏହି ମୂର୍ତ୍ତିର ସୁରକ୍ଷା ପାଇଁ ସେଠାରେ ମାଟି ତଳେ ପୋତି ଦେଇଥିବା ଅନୁମାନ କରାଯାଉଛି ।  ଜଣେ ବାସ୍ତୁଶାସ୍ତ୍ରବିତ୍ ଏହି ଜାଗାକୁ ଯାଇ ମାଟି ପରୀକ୍ଷା ପରେ ଏହାର ତଳେ ବିରଳ ଠାକୁରଙ୍କ ମୂର୍ତ୍ତି ମିଳିବ ବୋଲି କହିଥିଲେ । ଏହାପରେ ତାଙ୍କ ପରିବାର ପକ୍ଷରୁ ମାଟି ଖୋଳିବା ସମୟରେ ନାରାୟଣ ଏବଂ ଲକ୍ଷ୍ମୀ କଳସ ଧରିଥିବା ଏଭଳି ଦୁର୍ମୂଲ୍ୟ ବିରଳ ମୂର୍ତ୍ତି ଠାବ ହୋଇଥିଲା ।  ଅପର ପକ୍ଷରେ ଏଭଳି ମୂର୍ତ୍ତି ଏଠାରେ ମିଳିଥିବାରୁ ସାଧାରଣରେ ଠାକୁରଙ୍କ ପ୍ରତି ଲୋକମାନଙ୍କର ଆସ୍ଥା ବୃଦ୍ଧି ପାଇଛି ।