ଶ୍ରମିକ ସଚେତନତା ଶିବିର

 ମାଲକାନଗିରି : ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ମାଲକାନଗିରି ବ୍ଲକ ତାମସା ଗ୍ରାମ ପଞ୍ଚାୟତରେ ଅଣସଂଗଠିତ ଶ୍ରମିକମାନଙ୍କ ସାମାଜିକ ନିରାପତ୍ତା ଆଇନ୍ ସମ୍ବନ୍ଧରେ ଏକ ଶିବିର ଅନୁଷ୍ଠିତ କରାଯାଇଛି । ଏହି ଶିବିରରେ ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର, ସହ ଶ୍ରମ ଅଧିକାରୀ  ବିନି ମୁଦୁଲି,  ପ୍ରିୟଙ୍କା ନାୟକ, ରିଙ୍କୁ ରଞ୍ଜନ ଅଧିକାରୀ, ସୋନାଲି ରୟ ପ୍ରମୁଖ ଶ୍ରମ ବିଭାଗର କର୍ମକର୍ତ୍ତା, ଜନ ସେବା କେନ୍ଦ୍ରର କର୍ମଚାରୀ ଏବଂ ଗ୍ରାମବାସୀଙ୍କ ଉପସ୍ଥିତି ରହିଥିଲେ । ଏହି ଅବସରରେ ଶ୍ରମ ଆଇନ ଓ ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ଅଧିକାରୀମାନେ ସମସ୍ତଙ୍କୁ ବୁଝାଇ ସଚେତନତା କରିଥିଲେ । ଏବଂ ୨୩ ଜଣଙ୍କର ନାମ ପଞ୍ଜିକରଣ କରାଯାଇଥିଲା ।