ବାଳିକା ଆତ୍ମରକ୍ଷା କାର୍ଯ୍ୟକ୍ରମ ଉଦ୍ୟାପିତ 

 ଜଗତସିଂହପୁର : ଜଗତସିଂହପୁର ସଦର ସ୍ଥିତ ଏସ୍ଭିଏମ୍ ସ୍ୱୟଂ ଶାସିତ କଲେଜର ବିଜ୍ଞାନ ଶ୍ରେଣୀ କକ୍ଷରେ ବାଳିକା ଆତ୍ମରକ୍ଷା ଶିବିର ଉଦ୍ୟାପିତ ହୋଇଛି । କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ର୍ନିେଶାନୁସାରେ ଗତମାସ ୨୧ ତାରିଖ ଠାରୁ ଆରମ୍ଭ ହୋଇ ଉଦ୍ୟାପିତ ହୋଇଛି । କାର୍ଯ୍ୟକ୍ରମରେ ଅନେକ ବାଳିକା ଭାଗନେଇ ଆତ୍ମରକ୍ଷା କୌଶଳ ଶିକ୍ଷା ଗ୍ରହଣ କରିଥିଲେ । ଉଦ୍ୟାପନୀ ଉତ୍ସବରେ କଲେଜର ଅଧ୍ୟକ୍ଷା ଡ. ସୁଜାତା ଓଝା ସଭାପତିତ୍ୱ କରିଥିଲେ । ପୂର୍ବତନ ଅଧ୍ୟକ୍ଷା ବନ୍ଦିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କଲେଜର ଶୈକ୍ଷିକ ଅଧିକାରୀ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା, ବିଭାଧିକାରୀ ପ୍ରାଧ୍ୟାପକ ନୃସିଂହ ଚରଣ ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସମସ୍ତ ଅତିଥି ମାନେ ଆତ୍ମ ରକ୍ଷା ସମ୍ପର୍କ ରେ ଭାଗ ନେଇଥିବା ବାଳିକା ମାନଙ୍କୁ ନିଜ ନିଜର ମତ ରଖିଥିଲେ କ୍ଷ ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ସଂଚାଳିକା ଅଧ୍ୟାପିକା ବାଗ୍ମୀତା ମହାପାତ୍ର, ଉପ କାର୍ଯ୍ୟକ୍ରମ ସଂଚାଳିକା ଅଧ୍ୟାପିକା ବିଦୁ୍ୟତ ପ୍ରଭା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।